କଲେଜରେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ଗୁରୁବାର ଜଣେ ଛାତ୍ରଙ୍କୁ ଅନ୍ୟ ଗୋଷ୍ଠୀର ୪ ଛାତ୍ର କ୍ଲାସରୁମ୍‌ରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଛାତ୍ର ଜଣକ ଗୁରୁତର ହୋଇଛନ୍ତି। ଛାତ୍ର ଜଣକ ହେଲେ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟପୁର ଗ୍ରାମର ଯୁକ୍ତ ୨ ଦିତୀୟ ବର୍ଷ କଳା ବିଭାଗର ଛାତ୍ର ରାଜା ସେଠୀ। କୌଣସି କାରଣକୁ ନେଇ କିଛିଦିନ ପୂର୍ବେ ରାଜାଙ୍କ ସହ ଅନ୍ୟଜଣେ ଛାତ୍ରଙ୍କ ବଚସା ହୋଇଥିଲା। ରାଜାଙ୍କୁ ମାଡ଼ ମାରିବା ପାଇଁ ଛାତ୍ର ଜଣକ ଅନ୍ୟକିଛି ଛାତ୍ରଙ୍କ ସହଯୋଗ ଲୋଡ଼ିଥିଲେ। ପୂର୍ବ ପ୍ରସ୍ତୁତି କ୍ରମେ ରାଜାଙ୍କୁ କ୍ଲାସରୁମ୍‌ରେ ପ୍ରଥମେ ଛାତ୍ର ଜଣକ ଗାଳି ଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ୪ ଛାତ୍ର ଖଣ୍ଡା, ଲୁହାରେ ନିର୍ମିତ ପଞ୍ଝା ଏବଂ ଲୁହା ବଳାରେ ଅତର୍କିତ ଆକ୍ରମଣ କରିଥିଲେ। ଘାତକ ଆକ୍ରମଣରେ ରାଜାଙ୍କ ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପାଟପୁର ଥାନା ଏସ୍‌ଆଇ ଶୁଭଲକ୍ଷ୍ମୀ କହଁର ସଦଳବଳ ପାଟପୁର କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଛାତ୍ରଙ୍କୁ ଭେଟି ତାଙ୍କ ବୟାନ ରେକର୍ଡ କରି ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଆଣିବେ ନୂଆ ଯୋଜନା

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନ ଘୋଷଣା ପରେ, କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆଶା ପୁଣି ଥରେ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀରେ,...

ଥାନା ସ୍ଥାପନ ଦାବି ତେଜିଲା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମରେ ଥାନା କିମ୍ବା ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କ...

US-China Tariff War: ଟାରିଫ୍‌ ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଝଟ୍‌କା ଦେଲା ଚାଇନା

ବେଜିଂ,୧୫।୪: ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟାରିଫ୍‌ ଓ୍ବାର୍‌ କବଳରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ପଡ଼ିଯାଇଛି। ଆମେରିକୀୟ କମ୍ପାନୀ ବୋଇଂଠାରୁ...

ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ ଭେଟିବ ଭାରତ

ନୂଆଦିଲ୍ଲୀ,୧୫।୪: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ...

ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ...

ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ...

ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା...

ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image