ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ

ବାଗଦାଦ,୨୦।୭: ଇରାକର ବାଗଦାଦରେ ଥିବା ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ ହୋଇଛି। ଅକ୍ରମଣକାରୀମାନେ ଦୂତାବାସରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣରେ ଦୂତାବାସର କର୍ମଚାରୀଙ୍କର କୌଣସି କ୍ଷତି ହୋଇ ନ ଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି।
ଦୂତାବାସ ଉପରେ ଏହି ଆକ୍ରମଣ ଶିଆ ଧର୍ମଗୁରୁ ମୁକଟାଡା ସାଦର ସମର୍ଥକଙ୍କ ଦ୍ୱାରା ପ୍ରଦର୍ଶନ ପରେ ଘଟିଥିବା ଜଣାଯାଇଛି। ସ୍ବିଡେନରେ ମୁସଲମାନମାନଙ୍କର ପବିତ୍ର ଶାସ୍ତ୍ର କୋରାନ ଜଳିବା ବିରୋଧରେ ସାଦର ସମର୍ଥକମାନେ ବିରୋଧ କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ସ୍ବିଡନରେ କୋରାନ ଜଳିବା ଘଟଣାକୁ ଅନେକ ଇସଲାମୀୟ ଦେଶ ସମାଲୋଚନା କରିସାରିଛନ୍ତି।

Share