ମୋରଡା,୨୮।୫(ଡି.ଏନ.ଏ): ମୟୁରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ସମ୍ମୁଖରେ ଏକ ପଡିଆରେ କିଛି ଯୁବକ ମଦ ପିଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଭିଡିଓ ଭାଇରାଲ ହୋଇଛି l ସୂଚନାନୁଯାୟୀ, ଶନିବାର ଚିତ୍ରଡା ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ କିଛି ଯୁବକ ମଦ ନେଇ ମଦ ଦୋକାନ ବାଉଣ୍ଡାରୀ ବାହାର ପଡିଆରେ ମଦ ପିଉଥିଲେ। ତେବେ ମଦ ପିଇ ଜଣେ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଗୋଇଠା, ବିଧା ମାରି ଯୁବକଙ୍କୁ ଚେତାଶୁନ୍ୟ କରିଦେଇ ସେଠାରୁ ଚମ୍ପଟ ମାରିଥିଲେl ଗୁରୁତର ଆହତ ଯୁବକ ଏକ ସ୍ଥାନୀୟ କଲେଜର କାର୍ଯ୍ୟରତ ଥିବାବେଳେ ଖବରପାଇ ତାଙ୍କର ସାଥୀ କର୍ମଚାରୀମାନେ ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିି ତାଙ୍କୁ ଉଦ୍ଧାର କରି ପ୍ରଥମେ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ l ତେବେ ଅବସ୍ଥା ଗୁରୁତର ଥିବାରୁ ପରେ ଯୁବକଙ୍କୁ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଯାଇଥିବାର ସୂଚନା ମିଳିଛି l ତେବେ ଉନ୍ମୁକ୍ତ କାଣ୍ଡ ଘଟାଇଥିବା ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଏକ ନିର୍ଦ୍ଦିଷ୍ଟ ରା଼ଜନୈତିକ ଦଳର ଜିଲା ସାଧାରଣ ସମ୍ପାଦକ ଅଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି l ତେବେ ଘଟଣାସ୍ଥଳରେ ଫାଣ୍ଡିିଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l