ଦିଗପହଣ୍ଡି,୨୧।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ଛେଳି ଜଗୁଆଳ ବି. ପଞ୍ଚୁ ପାତ୍ରଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ କୋଟି ନଡ଼ା ଗ୍ରାମର ମଙ୍ଗୁଳୁ ସ୍ବାଇଁ ନିସ୍ତୁକ ମାଡ଼ ମାରିଥିବା ସେ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ପଞ୍ଚୁଙ୍କ ଏତଲା କ୍ରମେ ଦିଗପହଣ୍ଡି ପୋଲିସ କେସ ନଂ.୨୪୧/୨୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗତ ରବିବାର ସାରେରେ ପଞ୍ଚୁ ତାଙ୍କ କୋଟି ନଡ଼ା ଗ୍ରାମ ପୋଖରୀ ନିକଟରେ ଛେଳି ମେଣ୍ଢା ଚରାଉ ଥିବା ବେଳେ ମଙ୍ଗୁଳୁ ସେଠାରେ ପହଞ୍ଚି ପଞ୍ଚୁଙ୍କୁ ଗାଳି ଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରୁ ମଙ୍ଗୁଳୁ ତାଙ୍କୁ ଆକ୍ରମଣ କରିଥିବା ସହ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି।