ଉତ୍ତର ଗାଜାରେ ବନ୍ଦହେବ ଆକ୍ରମଣ

ଜେରୁଜେଲମ୍‌ ,୮।୧ : ଗାଜାଷ୍ଟ୍ରିପ୍‌ରେ ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍‌ର ଆକ୍ରମଣ ରବିବାର ଚତୁର୍ଥ ମାସରେ ପ୍ରବେଶ କରିଛି। ଗତ ୩ ମାସର ଆକ୍ରମଣରେ ଗାଜାର ପାଖାପାଖି ୨୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୮ ହଜାର ଆହତ ହୋଇଛନ୍ତି। ବ୍ୟାପକ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ୮୫ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଇତିମଧ୍ୟରେ ହମାସ୍‌ର ସାମରିକ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଥିବାରୁ ଉତ୍ତର ଗାଜାରେ ବଡ଼ ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲ୍‌ ସେନା ସଙ୍କେତ ଦେଇଛି। ତେବେ ସେଠାରେ ମୁତୟନ ଥିବା ସୈନ୍ୟଙ୍କୁ ହ୍ରାସ କରାଯାଇ ନାହିଁ। ଇସ୍ରାଏଲ୍‌ ସୈନ୍ୟ ସଫଳତା ହାସଲ ଜାରି ରଖିବେ। ଇସ୍ରାଏଲ୍‌-ଗାଜା ସୀମାନ୍ତରେ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରାଯିବା ସହ କେନ୍ଦ୍ରୀୟ ଓ ଦକ୍ଷିଣ ଭାଗ ଉପରେ ଅଧିକ ଫୋକସ୍‌ କରାଯିବ ବୋଲି ଇସ୍ରାଏଲ୍‌ ସେନା ମୁଖପାତ୍ର ଡାନିଏଲ୍‌ ହଗାରି କହିଛନ୍ତି।
ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ଇସ୍ରାଏଲ୍‌ ଗସ୍ତ ପୂର୍ବରୁ ଏଭଳି ଘୋଷଣା କରାଯାଇଛି। ଗାଜା ଉପରେ ଆକାଶ ମାର୍ଗରୁ ଏବଂ ସ୍ଥଳପଥରେ ଆକ୍ରମଣକୁ ବନ୍ଦ କରିବା ପାଇଁ ଜୋ ବାଇଡେନ୍‌ ପ୍ରଶାସନ ବାରମ୍ବାର ଆହ୍ବାନ ଦେଇଆସୁଛି। ପାଲେଷ୍ଟିନୀୟ ନାଗରିକମାନଙ୍କର କ୍ଷତି ନ କରି କେବଳ ହମାସ୍‌ ନେତାମାନଙ୍କ ଉପରେ ଟାର୍ଗେଟ ଆକ୍ରମଣ ବଢ଼ାଇବାକୁ ଆମେରିକା ପରାମର୍ଶ ଦେଇଥିଲା। ନିକଟରେ ଉତ୍ତର ଗାଜାରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଇସ୍ରାଏଲ୍‌ ହ୍ରାସ କରିବା ସହ ଦକ୍ଷିଣ ଗାଜା ଉପରେ ଅଧିକ ଆକ୍ରମଣ ଜାରି ରଖିଥିଲା।
ଗତବର୍ଷ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ର ଦକ୍ଷିଣ ପାର୍ଶ୍ୱରେ ଅଚାନକ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ମାରିବା ସହ ୨୫୦ ଜଣଙ୍କୁ ପଣବନ୍ଦୀ କରି ନେଇଯାଇଥିଲେ। ଏହାର ଜବାବରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଯୁଦ୍ଧ ବନ୍ଦ ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାପ ବଢ଼ୁଥିବା ସତ୍ତ୍ୱେ ହମାସ ଆତଙ୍କବାଦୀ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ନେତାନ୍ୟାହୁ କହିଥିଲେ। ଶନିବାର ଖାନ୍‌ ୟୁନିସ୍‌ ସହରରେ ଇସ୍ରାଏଲ୍‌ ସୈନ୍ୟଙ୍କ ଆକ୍ରମଣରେ ୧୨ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶରଣାର୍ଥୀ ଶିବିରର ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ରବିବାର ରାଫାହ ସହରରେ ଏୟାରଷ୍ଟ୍ରାଇକ୍‌ ଫଳରେ ୨ ଖବରଦାତା ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଲ୍‌ ଜଜିରାର ମୁଖ୍ୟ ସାମ୍ବାଦିକ ଓ୍ବାଏଲ୍‌ ଡାହଡୋଉଙ୍କ ପୁଅ ହମ୍‌ଜା ରହିଛନ୍ତି। ଗତ ଅକ୍ଟୋବର ୨୬ ଏୟାର ଷ୍ଟ୍ରାଇକ୍‌ରେ ଡାହଡୋଉ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ସମେତ ୪ ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ। ସେ ନିଜେ ମଧ୍ୟ ଗତମାସରେ ଇସ୍ରାଏଲ୍‌ ଆକ୍ରମଣରେ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri