ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲେ, ଯାହାକୁ ପାରିଲେ ତାକୁ ପିଟିଲେ: ଯିଏ ଯୁଆଡେ ପାରିଲେ …

ଭୁବନେଶ୍ୱର,୯।୯: ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲେ, ଯାହାକୁ ପାରିଲେ ତାକୁ ପିଟିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀର ଚନ୍ଦକା ପଥରଗଡ଼ିଆ ରସ୍ତାରେଥିବା ଏକ ରେଷ୍ଟୁରାଣ୍ଟରେ।
କିଛି ଦୁର୍ବୃତ୍ତ ରେଷ୍ଟୁରାଣ୍ଟ ଭିତରକୁ ଆସିଥିଲେ। ସିଟ ନ ମିଳିବାରୁ ରେଷ୍ଟୁରାଣ୍ଟରେ ବସିଥିବା କେତେକ ଯୁବକଙ୍କୁ ଚେୟାର ଉଠାଇ ମାରିଥିଲେ । ପରେ ସେମାନଙ୍କୁ ରୋକିବାରୁ ଭଙ୍ଗାରୁଜା କରିବା ସହ ହାତରେ ଯାହା ପଡ଼ିଲା ତାକୁ ଧରି ଗୋଡେଇ ଗୋଡେଇ ପିଟିଲେ । ଭୟରେ ରେଷ୍ଟୁରାଣ୍ଟରେ ବସିଥିବା ଯୁବତୀ ଯୁବକ ଯିଏ ଯୁଆଡେ ପାରିଲେ ଦୌଡିଲେ । ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଛି ।
ତେବେ ସବୁଠୁ ବଡ଼ କଥା ହେଉଛି, ଖବର ପାଇବା ପରେ ମଧ୍ୟ ଥାନା ଅଞ୍ଚଳ ଭାଗବଣ୍ଟାକୁ ନେଇ ଚନ୍ଦକା ପୋଲିସ ଓ ଇନଫୋସିଟି ପୋଲିସ ଭିତରେ ଠେଲା ପେଲା ଯୋଗୁ କୌଣସି ପୋଲିସ ଘଟଣାସ୍ଥଳକୁ ଗଲେ ନାହିଁ କି ଦୁର୍ବୃର୍ତ୍ତଙ୍କୁ ରୋକିଲେ ନାହିଁ। ବଂର ମାଡଖାଇଲେ ଯୁବକ।

Share