ଭିଡିଓଗେମ୍‌ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଦୁହେଁ ଖ୍ରୀଷ୍ଟୋଫରଙ୍କୁ ଭିଡିଓ ଗେମ ଖେଳିବାକୁ ବାରଣ କରିଥିବାରୁ ସେ ଏପରି କରିଥିଲେ।
ମା’ ବାପାଙ୍କୁ ନିଦ ଆସିବାରୁ ସେମାନେ ଶୋଇବାକୁ ଚାହୁଁଥିଲେ, ତେଣୁ ଖ୍ରୀଷ୍ଟୋଫର୍‌ଙ୍କୁ ଖେଳିବାକୁ ମନା କରୁଥିଲେ। ମାଡିସନ ହାଇଟ୍ସ ପୋଲିସ ମୁଖ୍ୟ କୋରେଇ ହେନ୍ସ କହିଛନ୍ତି, ସେ ତାଙ୍କ ମା’ଙ୍କ ନାକକୁ ପିଟିଥିଲେ, ଯେଉଁ କାରଣରୁ ତାଙ୍କ ନାକ ହାଡ ଭାଙ୍ଗି ଯାଇଥିଲା। ପରେ ସେ ନିଜ ସାବତ ବାପାଙ୍କୁ ମଧ୍ୟ ପିଟିଥିଲେ। ପରେ ବାପା ତାଙ୍କ ମା’ଙ୍କୁ ବଞ୍ଚାଇବା ପାଇଁ ରୋଷେଇ ଘରୁ ଛୁରି ଆଣିଥିଲେ। ଖ୍ରୀଷ୍ଟୋଫର ଏହି ଛୁରିଟିକୁ ଛଡ଼ାଇ ନେଇ ଏଭଳି କାଣ୍ଡ ଘଟାଇଥିଲେ। ପରେ ପୋଲିସ ପହଞ୍ଚିି ଅଭିଯୁକ୍ତ ଖ୍ରୀଷ୍ଟୋଫରଙ୍କୁ ଗିରଫ କରିଛି।

Share