ଯୁବକଙ୍କୁ ଆକ୍ରମଣ କରି ଟଙ୍କା, ସୁନା ଲୁଟ୍‌

ଭୁବନେଶ୍ୱର,୨୦।୧(ବ୍ୟୁରେ): ରାଜଧାନୀ ରାଜପଥରେ ରାତିରେ ମାତୁଛନ୍ତି ଲୁଟେରା। ସୋମବାର ବିଳମ୍ବିତ ରାତିରେ ଜଣେ ଖବରଦାତାଙ୍କୁ ଆକ୍ରମଣ କରିବା ସହ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌, ୫ହଜାର ଟଙ୍କା ଓ ସୁନା ମୁଦି ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଇଂଲିଶ ଖବରକାଗଜର କର୍ମଚାରୀ ପ୍ରମୋଦ ମହାନ୍ତି। ଏନେଇ ପ୍ରମୋଦ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ପ୍ରମୋଦ ଅଫିସ କାର୍ଯ୍ୟସାରି ରାତି ପ୍ରାୟ ୧୨ଟାରେ ଘରକୁ ଫେରୁଥିଲେ। ନୟାପଲ୍ଲୀ ଓଭରବ୍ରିଜ ନିକଟରେ ଦୁର୍ବୃତ୍ତମାନେ ଏକ କାରରେ ଆସି ତାଙ୍କ ବାଇକକୁ ବାଡେଇ ଦେଇଥିଲେ। ପ୍ରମୋଦ ପଡିଯିବା ପରେ ଦୁର୍ବୃତ୍ତମାନେ କାରରୁ ଓହ୍ଲାଇ ତାଙ୍କୁ ମାଡମାରି ଲୁଟ୍‌ କରି ଫେରାର ହୋଇଥିଲେ। ଆହତ ଅବସ୍ଥାରେ ପ୍ରମୋଦ ଥାନାରେ ପହଞ୍ଚତ୍ବା ପରେ ପୋଲିସ ତାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲା।

Share