ଥଟ୍ଟା କରିବାରୁ ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ

ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା କେଶାପାଲି ଗ୍ରାମରେ ଥଟ୍ଟା କରିବାକୁ ନେଇ ମାରପିଟ ହୋଇଛି। ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଥାନାରେ ୭୯/୨୨ ଏବଂ ୮୦/୨୨ ୨ଟି ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଗତ ଶନିବାର କେଶାପାଲିରେ ମନ୍ଦିର ପ୍ରତିଷ୍ଠା ହେଉଥିବାବେଳେ ସେଠାକୁ କୋଲପାଲି ଗ୍ରାମର ସୁଶୀଲ ପ୍ରଧାନ ଯାଇଥିଲେ। କୌଣସି କାରଣକୁ ନେଇ ଜଣେ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ବୁଝାଶୁଝା ହେବାରୁ ସେ ଫେରି ଆସିଥିଲେ। ପରଦିନ ସେ ପୁଣି ସେଠାରେ ପହଞ୍ଚତ୍ବା ପରେ କେଶପାଲି ଗ୍ରାମର ନିରଞ୍ଜନ ପ୍ରଧାନଙ୍କ ସହ ଥଟ୍ଟାମଜା କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଏଥିରେ ନିରଞ୍ଜନ ରାଗିଯାଇ ସୁଶୀଳଙ୍କ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ସୁୁଶୀଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ଘଟଣାକୁ ନେଇ ସୁଶିଲ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଶୁଶୀଲ ତାଙ୍କୁ ମାରପିଟ କରିଥିବା ନେଇ ନିରଞ୍ଜନ ଥାନାରେ ଅଭିଯୋଗ କରିଛନ୍ତି।

Share