Categories: ଜାତୀୟ

କଶ୍ମୀରୀ ପଣ୍ଡିିତଙ୍କ ଉପରେ ଆକ୍ରମଣ କଶ୍ମୀରର ଆତ୍ମା ଉପରେ ଆକ୍ରମଣ ସଦୃଶ, କହିଲେ ଫାରୁକ୍‌…

ଶ୍ରୀନଗର, ୧୫।୫ : ନ୍ୟାଶନାଲ କନଫରେନ୍ସ୍‌ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କାଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ପ୍ରତ୍ୟେକ ଆକ୍ରମଣ କାଶ୍ମୀରର ଆତ୍ମା ଉପରେ ହିଁ କରାଯାଇଛି। ହତ୍ୟା ଘଟଣାର ବୃଦ୍ଧି ଉପତ୍ୟକାରେ ସରକାରଙ୍କ ସ୍ବାଭାବିକତା ଫେରିଆସୁଥିବା ଦାବିର ବିପରୀତ ଅଟେ ବୋଲି ସେ କହିଛନ୍ତି।

ଦଳର ମୁଖପାତ୍ରଙ୍କ କହିବାନୁସାରେ, ଶ୍ରୀନଗରର ଏମ୍‌ପି ଅବଦୁଲ୍ଲା ଦଳର ଅଳ୍ପସଂଖ୍ୟକ ସେଲର ଉପ-ସଭାପତି ଅମିତ କୌଲଙ୍କ ନେତୃତ୍ୱରେ କାଶ୍ମୀରୀ ପଣ୍ଡିତଙ୍କ ଏକ ପ୍ରତିନିଧିମଣ୍ଡଳୀଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ ଏହି ମନ୍ତବ୍ୟ ଦେଇଛନ୍ତି।

ଅବଦୁଲ୍ଲା କହିଛନ୍ତି, ଆମର ପଣ୍ଡିତ ଭାଇମାନଙ୍କ ଉପରେ ହୋଇଥିବା ପ୍ରତ୍ୟେକ ଆକ୍ରମଣ କାଶ୍ମୀରର ଆତ୍ମା ଉପରେ ସିଧାସଳଖ ଆକ୍ରମଣ। ମୁଁ ଚାହେଁ ଉଭୟ କାଶ୍ମୀର ମୁସଲମାନ ଏବଂ କାଶ୍ମୀରୀ ପଣ୍ଡିତମାନେ ଏକାଠି ରୁହନ୍ତୁ। ବର୍ତ୍ତମାନର ସରକାର କେବଳ ଲୋକ ଦେଖାଣିଆ କାମ ମଧ୍ୟରେ ନିଜକୁ ସୀମିତ ରଖିଛନ୍ତି।

ନିରାପଦ ଏବଂ ନିରନ୍ତର ପ୍ରତ୍ୟାବର୍ତ୍ତନ ପାଇଁ ଏକ ସୁରକ୍ଷିତ ସକ୍ଷମ ପରିବେଶ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କୌଣସି ପ୍ରୟାସ କରାଯାଉ ନାହିଁ ବୋଲି ସେ କହିଛନ୍ତି। କଶ୍ମୀରୀ ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ସହ୍ୟ କରାଯିବ ନାହିଁ ବୋଲି ସେ କହିଛନ୍ତି।

Share