ମା’ଙ୍କୁ ଡାହାଣୀ କହିି ପୁଅକୁ ଆକ୍ରମଣ

ସାରସକଣା,୭ା୧୧(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ସାନଚାଟରା ଗ୍ରାମରେ ମା’ଙ୍କୁ ଡାହାଣୀ ସନ୍ଦେହ କରି ପୁଅଙ୍କୁ ଭୁଜାଲି ମାଡ଼ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆହତ ଯୁବକ ଜଣକ ହେଲେ ଶ୍ରବଣ ମହାନ୍ତ। ତାଙ୍କ ଭାଇ ସମୀର ମହାନ୍ତ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସେହିଗ୍ରାମର ଅଭିଯୁକ୍ତ ବ୍ରଜଗୋପାଳ ମହାନ୍ତିଙ୍କୁ ଗିରଫ କରିଛିି। ଏ ନେଇ ଥାନାରେ ଏକ ମାମଲା(ନଂ.୨୫୨/୨୨) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ନରେ ଅଭିଯୁକ୍ତ ବ୍ରଜଗୋପାଳ ହଠାତ୍‌ ଶ୍ରବଣଙ୍କ ଘର ଭିତରକୁ ପଶିଯାଇ ତାଙ୍କ ମା’ ସୁଷମାଙ୍କୁ ଡାହାଣୀ କହି ମାରପିଟ କରିଥିଲେ। ଶ୍ରବଣ ଏହାର ପ୍ରତିବାଦ କରିବାରୁ ବ୍ରଜଗୋପାଳ ତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରି ସେଠାରୁ ପଳାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଶ୍ରବଣଙ୍କୁ ଉଦ୍ଧାର କରି ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାରିପଦାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

Share