କେନିଆର ୨ ଗାଁରେ ଆକ୍ରମଣ, ଘରେ ନିଆଁ ଲଗାଇଲେ ବିଦ୍ରୋହୀ: ୫ ମୃତ…

ନାଇରୋବି,୨୬।୬ : କେନିଆର ଦୁଇଟି ଗାଁ ଉପରେ ବିଦ୍ରୋହୀମାନେ ଆକ୍ରମଣ କରିଛନ୍ତି। ଦକ୍ଷିଣ ପୂର୍ବ କେନିଆର ଦୁଇଟି ଗ୍ରାମରେ ହୋଇଥିବା ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଅଛନ୍ତି। ପୋଲିସ କହିଛି ଆକ୍ରମଣକାରୀମାନେ ସୋମାଲିଆ ସୀମାବର୍ତ୍ତୀ ଲାମୁ ଜିଲାର ଜୁହୁଦି ଏବଂ ସଲାମା ଗାଁରେ ଘର ପୋଡି ଦେଇଛନ୍ତି। ଅନେକ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି।

ପୋଲିସର ସୂଚନାନୁସାରେ,ବିଦ୍ରୋହୀ ମାନେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦଉଡିରେ ବାନ୍ଧି ରଖିଥିଲେ। ତାଙ୍କ ଘରେ ନିଆଁ ଲଗାଯାଇଥିଲା। ଅନ୍ୟ ତିନିଜଣଙ୍କୁ ମଧ୍ୟ ସମାନ ଭାବରେ ହତ୍ୟା କରାଯାଇଥିଲା। ସେଠାରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରାଯାଇଥିଲା। ସେମାନେ କିଛି ଲୋକଙ୍କ ମୁଣ୍ଡ କାଟି ଦେଇଥିଲେ। ହତ୍ୟା ପରେ ବାହାରକୁ ଯିବାବେଳେ ସେମାନେ ଫାଙ୍କା ଗୁଳି ଚଳାଇ ଖାଦ୍ୟ ସାମଗ୍ରୀ ଲୁଟି ନେଇଥିଲେ।

ଜଣେ ଅଧିକାରୀ କହିଛନ୍ତି ଲାମୁ କାଉଣ୍ଟି ସୋମାଲିଆ ସୀମାକୁ ଲାଗିଛି। କେନିଆ ଉପରେ ଚାପ ପକାଇବା ପାଇଁ ଅଲ-ଶବାବ ସଂଗଠନର ବିଦ୍ରୋହୀମାନେ ପ୍ରାୟତଃ ଆକ୍ରମଣ କରନ୍ତି। ସେମାନେ ସୋମାଲିଆରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ କେନିଆ ଉପରେ ଚାପ ପକାଉଛନ୍ତି।

Share