Categories: ଜାତୀୟ

ନ୍ୟାୟପାଳିକା ଉପରେ ବଢୁଛି ଆକ୍ରମଣ…

ବିଜୟଓ୍ବାଡା, ୨୬।୧୨: ଦେଶରେ ନ୍ୟାୟପାଳିକା ଉପରେ କ୍ରମାଗତ ଭାବେ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏକ ନିରାପଦ ପରିବେଶ ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ନ୍ୟାୟପାଳିକା ଉପରେ ହୋଇଥିବା ଆକ୍ରମଣର ପ୍ରଭାବଶାଳୀ ମୁକାବିଲା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ଆବଶ୍ୟକତା ରହିଛି ବୋଲି ପ୍ରଧାନ ବିଚାରପତି ଏନ୍‌.ଭି. ରମନା କହିଛନ୍ତି।

ସରକାର ଏକ ନିରାପଦ ପରିବେଶ ସୃଷ୍ଟି କରିବା ଉଚିତ। ଯାହାଦ୍ୱାରା ବିଚାରପତି ଏବଂ ନ୍ୟାୟିକ ଅଧିକାରୀମାନେ ନିର୍ଭୟରେ କାର୍ଯ୍ୟ କରିପାରିବେ। ବିଜୟୱାଡାର ସିଦ୍ଧାର୍ଥ ଆଇନ ମହାବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି।

ଯଦି ବିଚାରପତିମାନେ କୌଣସି ପକ୍ଷକୁ ଅନୁକୂଳ ରାୟ ନ ଦିଅନ୍ତି, ତେବେ ସେମାନଙ୍କ ବିରୋଧରେ ଅନେକ ଥର ଅଭିଯାନ ପ୍ରିଣ୍ଟ ଏବଂ ସୋସିଆଲ ମିଡିଆରେ ମଧ୍ୟ ଆରମ୍ଭ ହୋଇଥାଏ। ନ୍ୟାୟିକ ଅଧିକାରୀମାନେ ସମ୍ପୂର୍ଣ୍ଣ ସ୍ବାଧୀନତା ଆବଶ୍ୟକ କରନ୍ତି। ସେମାନଙ୍କୁ ନ୍ୟାୟପାଳିକା ନିକଟରେ ଉତ୍ତରଦାୟୀ ରହିବାର ଆବଶ୍ୟକତା ରହିଛି।

ସେ କହିଛନ୍ତି ଯେ ବିଚାରପତିଙ୍କ ଦ୍ୱାରା ବିଚାରପତି ନିଯୁକ୍ତ ହେବା ଧାରଣା ସମ୍ପୂର୍ଣ୍ଣ ଭୁଲ। ସେ କହିଛନ୍ତି ଯେ ନ୍ୟାୟପାଳିକାରେ ନ୍ୟାୟିକ ଅଧିକାରୀ ଚୟନ ପାଇଁ ଏହି ପ୍ରକ୍ରିୟାରେ ବିଚାରପତିମାନଙ୍କର ମଧ୍ୟ କିଛି ଭୂମିକା ରହିଛି।

ନିଯୁକ୍ତି ପ୍ରକ୍ରିୟାରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ପ୍ରଶାସକ, ହାଇକୋର୍ଟ କଲେଜିୟମ, ଇଣ୍ଟେଲିଜେନ୍ସ ବ୍ୟୁରୋ ସମେତ ଅନେକ ଅଧିକାରୀ ଏଥିରେ ଜଡିତ ରହିଥାନ୍ତି। ପ୍ରାର୍ଥୀଙ୍କ ଯୋଗ୍ୟତା ଯାଞ୍ଚ କରିବାକୁ ଏଭଳି ହୋଇଥାଏ।

Share