ବଲାଙ୍ଗୀର,୨୬।୨(ସୁନୀଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାରେ ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଦେଓଗାଁ ଥାନା ମହଲେଇ ଗାଁର ସୁଶାନ୍ତ ବିଶ୍ବାଳ । ସୁଶାନ୍ତଙ୍କୁ କଳାହାଣ୍ଡି ଜିଲାର ମୋହନଗିରିରୁ ଦେଓଗାଁ ପୋଲିସ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକ ସହ ୮ ଗିରଫ ହୋଇଥିଲେ।
ଦେଓଗାଁ ଥାନା ବାବେଜୁରୀ ଗାଁରେ ବାହାଘର ହେବାର ଥିଲା। ଗାଈବାହାଲ ଗାଁର ରାଜକୁମାର ପ୍ରଧାନ ବର ସାଜି ବାବେଜୁରୀ ଗାଁକୁ ବରଯାତ୍ରୀରେ ଯାଇଥିଲେ। ଏହି ସମୟରେ ୧୦ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମରଣାସ୍ତ୍ର ଧରି ପହଞ୍ଚିଥିଲେ। ବରଙ୍କୁ ଆକ୍ରମଣ ପାଇଁ ଯୋଜନା କରୁଥିବା ସମୟରେ ର୍ନିଧୂମ ଛେଚିଥିଲେ ଗାଁ ଲୋକେ। ୭ ଜଣଙ୍କୁ କାବୁ କରି ଦେଓଗାଁ ପୋଲିସକୁ ଜିମା ଦେଇଥିଲେ ଗାଁ ଲୋକେ। ପୋଲିସ ଯୁବକମାନଙ୍କଠାରୁ ମାରଣାସ୍ତ୍ର ସହିତ ଏକ ଦେଶୀ ପିସ୍ତଲ ଜବତ କରଥିଲା।