ଭୋଜି କରିବାକୁ ଯାଇଥିବା ୨ ଭଉଣୀଙ୍କୁ ବଳାତ୍କାର ଉଦ୍ୟମ: ଧରାପଡ଼ିଲେ ୨ ଅଭିଯୁକ୍ତ

କୋକସରା,୪।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଏକ ଗ୍ରାମର ୨ ଭଉଣୀ ନିଜ ଚାକର ସହ ନୂଆବର୍ଷରେ ଗାଁନିକଟରେ ଥିବା ଡଙ୍ଗରିକୁ ବଣଭୋଜି କରିବାକୁ ଯାଇଥିଲେ। ସାନ ଭଉଣୀ ଏକୁଟିଆ ଫଟୋ ଉଠାଉଥିବା ସମୟରେ ୨ଜଣ ଯୁବକ ଯୁବତୀଙ୍କୁ ଟେକିନେଇ ବଳାତ୍କାର ପାଇଁ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଚିତ୍କାର କରିବାରୁ ୨ ଯୁବକ ଚମ୍ପଟ ମାରିଥିଲେ। ଝିଅଙ୍କଠାରୁ ଘଟଣା ସମ୍ପର୍କରେ ଶୁଣିବା ପରେ ପରିବାରବର୍ଗ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତ ଜିତେନ୍ଦ୍ର ଶବର(୨୩) ଓ ଶଙ୍କର ରାଉତ(୨୩)ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ଏକ ମାମଲା (ନଂ.୨/୨୪) ରୁଜୁ ହୋଇଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।