ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ପହଞ୍ଚିଗଲା ପାଟ୍ରୋଲିଂ ଗାଡ଼ି, ଚମ୍ପଟ ମାରିଲେ ଦୁର୍ବୃତ୍ତ

ରାଇକିଆ,୨୫ା୬(ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ରାଇକିଆ ଥାନା କତିଙ୍ଗିଆଠାରେ ଶନିବାର ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ଏଟିଏମ୍‌ରେ କେହି ସିକ୍ୟୁରିଟି ଗାର୍ଡ ନ ଥିବାରୁ ଏଟିଏମ୍‌ ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତ୍ୟେକ ଦିନ ଭଳି ରାତିରେ ସଟର ବନ୍ଦ କରିଥିଲେ। ତେବେ ବିଳମ୍ବିତ ରାତିରେ ବିଦ୍ୟୁତ୍‌ ନ ଥିବା ସମୟରେ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ସଟର ଭାଙ୍ଗ ମେଶିନ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପାଟ୍ରୋଲିଂ ଗାଡ଼ି ଆସିଯିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୋଲିସ ତୁରନ୍ତ ଏଟିଏମ୍‌ର କ୍ୟାଶ୍‌ ସୁରକ୍ଷିତ ନେଇ ଯାଞ୍ଚ କରିବା ସହ ଦୁର୍ବୃତ୍ତଙ୍କୁ ଧରିବାକୁ ନେଇ ଉଦ୍ୟମ କରିଥିଲେ ମଧ୍ୟ  ସେମାନେ ଖସିଯିବାରେ ସଫଳ ହୋଇଥିଲେ। ରାଇକିଆ ଥାନା ଆଇଆଇସି ରମାକାନ୍ତ ପାତ୍ର ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ ଆରମ୍ଭ କରିବା ସହ ଫରେନ୍‌ସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ କରି ଫେରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଏ ନେଇ ରାଇକିଆ ଥାନାରେ କେସ୍‌ ନଂ ୬୬/୨୩ରେ ମାମଲା ରୁଜୁ ହୋଇଛି।

Share