ବାଗ୍‌ଦାଦର ଗ୍ରୀନ୍‌ ଜୋନ୍‌ରେ ଆକ୍ରମଣ ଉଦ୍ୟମ

ବାଗ୍‌ଦାଦ,୨୨ା୭: ଡେନମାର୍କରେ କୁରାନ ଏବଂ ଇରାକ ପତାକା ଜାଳିବା ପ୍ରତିବାଦରେ ବାଗ୍‌ଦାଦ୍‌ର ଗ୍ରୀନ ଜୋନ୍‌ ଉପରେ ଆକ୍ରମଣ ଉଦ୍ୟମ କରିଛନ୍ତି ବିକ୍ଷୋଭକାରୀ।

ଶନିବାର ପୂର୍ବାହ୍ନରେ ଶହ ଶହ ବିକ୍ଷୋଭକାରୀ ବାଗ୍‌ଦାଦ୍‌ର ଇରାକର ଦୂତାବାସ ଥିବା ଗ୍ରୀନ ଜୋନ୍‌ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏକ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା କୁରାନ ଜଳୁଥିବା ଖବର ପାଇବା ପରେ ସେମାନେ ଇରାକ ଦୂତାବାସ ସମ୍ମୁଖରେ ବିରୋଧ କରିବାକୁ ଆସିଥିଲେ। ତେବେ ସୁରକ୍ଷା ବାହିନୀ ସେମାନଙ୍କୁ ହଟାଇବା ସହ ଜମ୍‌ହୁରିଆ ବ୍ରିଜ୍‌କୁ ଅବରୋଧ କରି ଡେନମାର୍କ ଦୂତାବାସରେ ପହଞ୍ଚିବାରେ ରୋକିଥିଲେ।

Share