ଇମ୍ଫାଲ୍,୨୯।୯: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଘର ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ଉପସ୍ଥିତ ସୁରକ୍ଷା ବାହିନୀ ଏହାକୁ ପଣ୍ଡ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ, ଇମ୍ଫାଲର ହିଙ୍ଗାଙ୍ଗ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଛି। ସୁରକ୍ଷା ବାହିନୀ ଘରୁ ପ୍ରାୟ ୧୦୦ ମିଟର ଦୂରରେ ଭିଡକୁ ଅଟକାଇଥିଲେ। ସେହି ଘରେ କେହି ରୁହନ୍ତି ନାହିଁ କିନ୍ତୁ ଏହା କଡା ସୁରକ୍ଷା ଅଧୀନରେ ଅଛି।
ସେପ୍ଟେମ୍ବର ୨୫ଠାରୁ ମଣିପୁର ପୁଣି ଥରେ ଆଶାନ୍ତ ହୋଇପଡିଛି। ଜୁଲାଇ ମାସରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଛାତ୍ରୀଛାତ୍ରମାନେ ହିଂସା ପ୍ରଦର୍ଶନ କରିଥିଲେ।ତ