ବ୍ୟାଙ୍କ ଲୁଟ୍‌ ଉଦ୍ୟମ: ସିସିଟିଭି ଫୁଟେଜକୁ ନେଇ ତଦନ୍ତ…

ହିଞ୍ଜିଳିକାଟୁ,୩୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସାହେବ କମ୍ପ୍ଲେକ୍ସରେ ଅବସ୍ଥିତ ୟୁନିଅନ୍‌ ବ୍ୟାଙ୍କ ଶାଖା-୨ରେ କେତେକ ଦୁବୃର୍ତ୍ତ ରବିବାର ବିଳମ୍ବିତ ରାତିରେ ମୁଖ୍ୟ ଗେଟ୍‌ ତାଲା ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ହେଲେ ଦୁବୃର୍ତ୍ତମାନେ ଏଥିରେ ବିଫଳ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷେ ଗତ କିଛି ଦିନ ହେଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ସିରିଜ ଚୋରି ଘଟଣା ପରେ ଦୁବୃର୍ତ୍ତମାନେ ସାହାସ କରି ବ୍ୟାଙ୍କ ଲୁଟ୍‌ କରିବାକୁ ପ୍ରୟାସ କରିଥିବା ବିଭିନ୍ନ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ବ୍ୟବସାୟୀମାନେ ଭୟଭୀତ ହୋଇପଡିଛନ୍ତି। ତେବେ ସାହେବ କମ୍ପ୍ଲେକ୍ସରେ ଲାଗିଥିବା ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନର ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜଣକୁ ଉଠାଇ ଆଣି ଥାନାରେ ଅଧିକ ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ହିଞ୍ଜିଳିକାଟୁ ପୁରାତନ ସିନେମା ହଲ ଛକଠାରେ ସାହେବ କମ୍ପ୍ଲେକ୍ସର ପ୍ରଥମ ମହଲାରେ ୟୁନିଅନ ବ୍ୟାଙ୍କ ଶାଖା- ୨ କାର୍ଯ୍ୟ କରୁଛି। ସୋମବାର ସକାଳେ ବ୍ୟାଙ୍କ ସୁରକ୍ଷା କର୍ମୀ ବ୍ୟାଙ୍କର ମୁଖ୍ୟ ଗେଟର ଏକ ତାଲା ଭାଙ୍ଗିବା ଉଦ୍ୟମ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ସଂଯୋଗ କରୁଥିବା ତାରକୁ ମଧ୍ୟ ଦୁବୃର୍ତ୍ତମାନେ କାଟି ଦେଇଥିଲେ।

ଘଟଣାକୁ ନେଇ ସୁରକ୍ଷା କର୍ମୀ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇଥିଲେ। ଖବରପାଇ ହିଞ୍ଜିଳି ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ତେବେ ଉକ୍ତ କମ୍ପ୍ଲେକ୍ସରେ ଲାଗିଥିବା ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନର ସିସିଟିଭି ଫୁଟେଜରେ କିଛି ସନ୍ଦିଗ୍ଧ ଯୁବକ ରାତି ପ୍ରାୟ ୨ଟା ୧୫ ମିନିଟରେ ବ୍ୟାଙ୍କ ଉପର ମହଲାରୁ ଆସୁଥିବା ଦେଖା ଦେଇଛି। ସେମାନଙ୍କ ଗତିବିଧି ସନ୍ଦେହ ଜନକ ରହିଛି।

ପୋଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ଜଣେ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ହେଲେ ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ୩ ମହଲା କୋଠାରୁ ଠେଲିଦେବା ମାମଲା: ଆଣ୍ଟି ରାଗିଂ ସେଲ୍‌, ପୋଲିସର ତଦନ୍ତ ଆରମ୍ଭ

ଭବାନୀପାଟଣା,୩୦ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମେଦିନିପୁର ନିକଟ ବିନାୟକ ଆବାସିକ କଲେଜର ଜଣେ ଛାତ୍ରଙ୍କୁ ୩ମହଲା କୋଠାରୁ ଠେଲିଦେବା ଘଟଣାର ଆଣ୍ଟି...

ସାହାଣୀ କପ ଫୁଟବଲ: କନ୍ଧମାଳ-ବଲାଙ୍ଗିର ବିଜୟୀ

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା...

ନଭେମ୍ବର ୧ରେ ହେବ ବଲାଙ୍ଗୀର ଦିନ୍‌ ଉତ୍ସବ

ବଲାଙ୍ଗୀର,୩୦।୯(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୧ରୁ ‘ବଲାଙ୍ଗୀର ଦିନ୍‌’ଉତ୍ସବ ପାଳନ କରାଯିବ। ଏନେଇ ସୋମବାର ସ୍ଥାନୀୟ ପିପି ଏକାଡେମୀ ହଲରେ ବଲାଙ୍ଗୀର ଦିନ୍‌ ଆୟୋଜକ...

କେନ୍ଦ୍ରାପଡ଼ା ରାଜନଗର ଥାନା ASI ନରେନ୍ଦ୍ର ସିଂ ସସ୍‌ପେଣ୍ଡ

ରାଜନଗର,୩୦।୯(ତ୍ରିଲୋଚନ ଦାସ ): କେନ୍ଦ୍ରାପଡା ରାଜନଗର ଥାନା ASI ନରେନ୍ଦ୍ର ସିଂଙ୍କୁ ସସ୍‌ପେଣ୍ଡ କରାଯାଇଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ଟ୍ରକ୍, ବାଇକ୍ ମଧ୍ୟରେ ଧକ୍କା: ମା’ ବାପାଙ୍କ ସମେତ ପୁଅର ଭାଙ୍ଗିଲା ଗୋଡ଼

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଆଇ ଟି ଆଇ ସମ୍ମୁଖରେ ଅପରାହ୍ନରେ ଏକ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହୋଇଛି। ଏଥିରେ...

କଳାହାଣ୍ଡିରେ ପୁଣି ଜଣେ ଫରେଷ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ

ଭବାନୀପାଟଣା/ଥୁଆମୂଳ ରାମପୁର,୩୦।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କଲମପୁର ସେକ୍ସନର ଫରେଷ୍ଟର ପ୍ରକାଶ ମିଶ୍ର (୪୮)ଙ୍କ ସୋମବାର ଅପରାହ୍ନରେ ସନ୍ଦେହ...

ପ୍ରସ୍ତୁତି ଚୂଡ଼ାନ୍ତ: ୩ ତାରିଖରୁ ମା’ ସମଲେଶ୍ୱରୀଙ୍କ ଶାରଦୀୟ ପୂଜା ଆରମ୍ଭ

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ): ବରଗଡର ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ଶାରଦୀୟ ନବଦିନାତ୍ମକ ପୂଜା ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର...

ବସ୍‌ ଯୋଗେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ: ମାଡ଼ିବସିଲା ପୋଲିସ

ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ):କନ୍ଧମାଳ ଜିଲା ଏବେ ଗଞ୍ଜେଇ ଚାଷ ପାଇଁ ଜଣାଶୁଣା। ପୋଲିସ ଯେତିକି ଧରପଗଡ଼ କରୁଛି ଗଞ୍ଜେଇ ବେପାରୀ ନୂଆ ନୂଆ ଉପାୟରେ ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri