ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ପ୍ରଥମରୁ ପୋଲିସ ଅଭିଯୋଗ ଗ୍ରହଣ କରି ଏପର୍ଯ୍ୟନ୍ତ ନୀରବ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘଟଣାରୁ ପ୍ରକାଶ ଯେ ଗତ ୧୦ତାରିଖ ମଙ୍ଗଳବାର ରାତି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରୁ ଥାନାକୁ ଏକ, ଏମ୍ ଏଲ୍ ସି (ମେଡିକାଲ ଲିଗାଲ କେଶ) ସୂଚନା ଆସିଥିଲା। ସେଥିରେ ଜଣେ ନାବାଳିକା ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇଥିବା ଉଲ୍ଲେଖଥିଲା। ଏହାକୁ ଭିତ୍ତିକରି ବଣାଇଁ ପୋଲିସ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ଆହତ ନାବାଳିକାଙ୍କୁ ସଙ୍କଟାପର୍ଣ୍ଣ ଅବସ୍ଥାରେ ଦେଖି ତୁରନ୍ତ ରାଉରକେଲା ସ୍ଥାନାନ୍ତରିତ କରିବା ପାଇଁ କହି ପରଦିନ ଅର୍ଥାତ୍ ଏଗାର ତାରିଖ ବୁଧବାର ସକାଳେ ନାବାଳିକାର ପରିବାରଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିଥିଲା।

ବଣାଇଁ ଥାନାରେ ଏ ସଂକ୍ରାନ୍ତରେ ଏକ କେଶ ନଂ ୧୮୭/୧୧.୯.୨୦୨୪ ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ପରିବାରଙ୍କ ଅଭିଯୋଗ ପତ୍ରରେ ତାଙ୍କ ନାବାଳିକା କନ୍ୟାଙ୍କୁ ଦେଉଳହୁଡ଼ି ଅଞ୍ଚଳର ଜଣେ ଯୁବକ ଶିବ ଭୂମିଜ ଭଲ ପାଉଥିବା ଓ ଗର୍ଭବତୀ କରି ମାରିବା ଉଦ୍ୟମ କରିଥିବା ନେଇ ଲେଖିଛନ୍ତି। ଶିବ ଆଗରୁ ବିବାହିତ ଓ ତାର ସ୍ତ୍ରୀ’ ଗତ ମେଁ ମାସ ୨୫ ତାରିଖରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରି ସାରିଛି। ଏପରିକି ତାର ଏକ ଦୁଇବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି।

ଅପରପକ୍ଷରେ ପୀଡିତା ନାବାଳିକା ବାପା ଛେଉଣ୍ଡ। ଅଭିଯୋଗ ଅନୁଯାୟୀ ହତ୍ୟା ଉଦ୍ଦେଶ୍ୟରେ ଶିବ ମୁମୁର୍ଷୁ ଅବସ୍ଥାରେ ଝିଅକୁ ପାଖ ଜଙ୍ଗଲର ଏକ ଗାଡ଼ିଆ ଭିତରେ ପକାଇ ମରିଗଲା ଭାବି ଚାଲିଯାଇଥିଲା। ପରେ କିଛି ଗ୍ରାମବାସୀ ସେଠାରେ ମୁମୁର୍ଷୁ ନାବାଳିକାକୁ ପାଇ ପରିବାରକୁ ଖବର ଦେଇଥିଲେ। ଗ୍ରାମବାସୀ ଓ ପରିବାର ଚିକିତ୍ସାଳୟ ରେ ଭର୍ତି କରିଥିବା ମଧ୍ୟ କହିଛନ୍ତି। ଏତେ ବଡ଼ ଅଭିଯୋଗ ପରେ ମଧ୍ୟ ପୋଲିସର ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ପୀଡିତା ନାବାଳିକା ଏବେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri