୩ ଜଣଙ୍କୁ ହତ୍ୟା ଉଦ୍ୟମ: ଖଣ୍ଡା ବାଇକ୍‌ ଜବତ, ୪ ଗିରଫ

ବ୍ରହ୍ମପୁର ଅଫିସ,୧୧ା୫: ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ହିଲ୍‌ପାଟଣା ଗଣେଶ ମନ୍ଦିର ନିକଟରେ ଥିବା ସମ୍ପର୍କ ଟ୍ରାଭେଲର୍ସ ମାଲିକ ସମେତ ୩ଜଣଙ୍କୁ ବୁଧବାର ରାତିରେ ହତ୍ୟା ଉଦ୍ୟମ ହୋଇଥିଲା। ଏଥିରେ ଟ୍ରାଭେଲର୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ଟ୍ରାଭେଲର୍ସ ସଂସ୍ଥାର ମ୍ୟାନେଜର ହରିହର ପାଣଗ୍ରାହୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ପୋଲିସ ମୁକେଶ ସାହୁଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନେ ପେସାଦାର ଅପରାଧୀ ବୋଲି ପୋଲିସ ଜେରା ବେଳେ ଜାଣିବାକୁ ପାଇଛି। ଜାମିନରେ ଆସି ସେମାନେ ଏଭଳି କାଣ୍ଡ ଘଟାଇଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଘଟଣାବେଳେ ବ୍ୟବହୃତ ଖଣ୍ଡା, ଲୁହାଛଡ଼ ଓ ବାଇକ୍‌ ଜବତ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ମାମଲା ନମ୍ବର ୧୨୬/୨୩ରେ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି।

Share