Categories: ଗଞ୍ଜାମ

ହତ୍ୟା ଉଦ୍ୟମ କରି ଫେରାର ଥିଲେ, ଆଜି କୋର୍ଟ ଚାଲାଣ କଲା ପୋଲିସ

ଗୋପାଳପୁର,୨୫ା୧୧(ନବୀର ରାଜ ଆଚାରୀ): ହତ୍ୟା ଉଦ୍ୟମ ମାମଲାର ଫେରାର ଥିବା ଅନ୍ୟତମ ଅଭିଯୁକ୍ତଙ୍କୁ ଶନିବାର ସାରେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରଣ୍ଢା ଗ୍ରାମ ହରିଜନ ସାହିର କାହ୍ନୁ ଦାସ (୧୯)। ଏହି ଘଟଣା ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଘଟାଇ କାହ୍ନୁ ଫେରାର ଥିବା ବେଳେ ଶନିବାର ରଣ୍ଢା ହରିଜନ ସାହି ନିକଟରେ ଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା। ପଚାରଉଚରା ପରେ ଆଜି ସନ୍ଧ୍ୟାରେ କେସ୍‌ ନଂ ୪୬୨/୨୩ରେ ଏକ ମାମଲା ରୁଜୁ କରି କାହ୍ନାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ପଞ୍ଚମା ଗ୍ରାମରେ ସେପ୍ଟେମ୍ବର ୨୦ରେ ରାଜେଶ ଦାସଙ୍କ ସହିତ ସେହି ଗ୍ରାମର ଭୀମା ପ୍ରଧାନଙ୍କ କୌଣସି କଥାକୁ ନେଇ ମାର୍‌ପିଟ୍‌ ହୋଇଥିଲା l ପୁଣି ସାରେ ରାଜେଶ ଓ କାହ୍ନୁ ଦୁଇ ଜଣ ମିଶି ଭୀମାଙ୍କ ଘରକୁ ଯାଇ ଖୋଜିଥିଲେ। ପରେ ରାଜେଶ ଭୀମାଙ୍କ ଘରେ ପଶି ତାଙ୍କ ବାପା ନିରଞ୍ଜନ ପ୍ରଧାନଙ୍କୁ କଟୁରିରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ରାଜେଶ ଚମ୍ପଟ ମାରିଥିଲେ। ଏନେଇ ଭୀମା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ସେହି ସମୟରେ ରାଜେଶଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କାହ୍ନୁ ଫେରାର ଥିଲେ l