୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ପଡ଼ୋଶୀ

ଝାରସୁଗୁଡ଼ା ଅଫିସ,୨୯ା୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅକ୍ଷୟ ପରିଡ଼ା(୨୮)। ଏନେଇ ପୋଲିସ ପୀଡ଼ିତା ଶିଶୁକନ୍ୟାଙ୍କ ମା’ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ବ୍ରଜରାଜନଗର ଥାନା କେସ୍‌ ନଂ. ୨୭/୨୨ ଦଫା ୩୭୬(ଏବି)ଆଇପିସି ୬ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସବ୍‌ଇନ୍ସପେକ୍ଟର ଆଲ୍ପୋନିଆ ତିର୍କୀ ଏହାର ତଦନ୍ତ କରୁଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ, ଅଭିଯୁକ୍ତ ଅକ୍ଷୟ ପୀଡ଼ିତାଙ୍କ ପଡ଼ୋଶୀ ହୋଇଥିବା ବେଳେ ଉଭୟ ପରିବାର ମଧ୍ୟରେ ସୁ-ସମ୍ପର୍କ ରହିଛି। ଏଭଳି ସ୍ଥିତିରେ ଶୁକ୍ରବାର ଅକ୍ଷୟ ପୀଡ଼ିତାଙ୍କ ଘରକୁ ଯାଇ ବଳାତ୍କାର ଉଦ୍ୟମ କରିଥିଲେ। ଶିଶୁକନ୍ୟା କାନ୍ଦିବା ପରେ ତାଙ୍କ ମା’ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ଶିଶୁକନ୍ୟା ଜଣଙ୍କ ମା’ଙ୍କୁ ସବୁକିଛି କହିଥିଲେ। ଏନେଇ ପୀଡ଼ିତାଙ୍କ ମା-ବାପା ପୋଲିସରେ ଜଣାଇଥିଲେ। ପରେ ପୋଲିସ ଘଟଣାର ତଦନ୍ତ କରି ଅକ୍ଷୟଙ୍କୁ ଗିରଫ କରିଛି।

Share