ବେଳେବେଳେ ଏମିତି କିଛି ଖବର ଜାଣିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍ ସେମିତି ଫ୍ରାନ୍ସରୁ ଏକ ଖବର ଜାଣିବାକୁ ମିଳିଛି। ଫ୍ରାନ୍ସର ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ବଳାତ୍କାର ଉଦ୍ୟମ କରିଥିଲେ। ଏହା ପରେ ମହିଳା ଜଣକ ଯାହା କ’ଣ କଲେ, ଜାଣିଲେ ଖୁସି ହେବା ସହ ମହିଳାଙ୍କ ସାହସକୁ ମଧ୍ୟ ବହୁତ ପ୍ରଂଶସା କରିବେ।
ଫ୍ରାନ୍ସର ଆଭିଗନ ସହରର ଜଣେ ମହିଳା ନିଜ କୁକୁରକୁ ବୁଲାଇବା ପାଇଁ ଘରୁ ବାହାରି ଆସିଥିଲେ। ତା’ପରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପୋଷାକ ଟାଣିବା ଆରମ୍ଭ କରିଥିଲେ। ଜବରଦସ୍ତ ତାଙ୍କୁ ଆଲିଙ୍ଗନ ଓ ଚୁମ୍ବନ ବି ଦେଇଥିଲେ। ମହିଳା ଜଣଙ୍କ ସେହି ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ବୁଝିପାରି ତାଙ୍କ ସହ ସଂଘର୍ଷ କରିଥିଲେ। ତାଙ୍କୁ ଖୁବ୍ ଗାଳିଗୁଲଜ କରିଥିଲେ। ଏହା ପରେ ମଧ୍ୟ ବ୍ୟକ୍ତି ଜଣକ ମହିଳାଙ୍କୁ ଚୁମ୍ବନ ଦେଇଥିଲେ। ଏହି ସମୟରେ ମହିଳା ତାଙ୍କ ଜିଭକୁ କାଟି ଦେଇଥିଲେ। ପରେ କଟା ଜିଭକୁ ଧରି ପୋଲିସ ନିକଟରେ ପହଞ୍ଚିଥିଲେ। ଏହା ଦେଖି ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ହାତରେ ରକ୍ତ ଥିଲା। ଜିଭ ଖଣ୍ଡଟି ମହିଳାଙ୍କ ହାତରେ ଥିଲା। ପୋଲିସ ପରେ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିଲା।