ମହାକାଳପଡ଼ା,୮।୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରିବା ସହ ୭ବର୍ଷ ପୁଅ ବେକରେ ଭୁଜାଲି ଲଗାଇ ମା’ଙ୍କୁ ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ କସେ୍ ନଂ.୮୦/୨୦ରେ ମାମଲା ରଜୁକରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନାଯୋଗ୍ୟ, ଉକ୍ତ ମହିଳାଙ୍କ ସ୍ବାମୀ ଡ୍ରାଇଭର। ତେଣୁ ସେ ପ୍ରାୟ ସମୟ ବାହାରେ ରହନ୍ତି। ଅଭିଯୁକ୍ତଜଣଙ୍କ ମହିଳାଙ୍କ ଘରକୁ କ୍ଷୀର ନେବାକୁ ଆସନ୍ତି। ମହିଳା ଜଣକ ଗାଧୋଉଥିବା ବେଳେ ଘରେ କେହି ନ ଥିବା ସୁଯଗ ନେଇ ଅଭିଯୁକ୍ତ ତାଙ୍କ ଅଶ୍ଲୀଳ ଫୋଟ ଉଠାଇ ବ୍ଲାକମେଲ୍ କରୁଥିଲେ। ତାଙ୍କ ସହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏଥିରେ ମହିଳା ରାଜି ନ ହେବାରୁ ପୁଅ, ସ୍ବାମୀଙ୍କୁ ଜୀବନରୁ ମାରିଦବାକୁ ଫୋନରେ ଧମକ ଦେଉଥିଲେ। ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ବାମୀ ବଜାରକୁ ଯାଇଥିବା ସମୟରେ ଅଭିଯୁକ୍ତ ୭ ବର୍ଷର ପୁଅ ବେକରେ ଭୁଜାଲି ଲଗାଇ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଚିତ୍କାର କରିବାରୁ ତାଙ୍କ ସ୍ବାମୀ ଦୌଡିଯାଇ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅଭିଯୁକ୍ତ ଭୁଜାଲି ପଛପଟେ ତାଙ୍କ ସ୍ବାମୀକୁ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା, ରାଜ୍ୟ