ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ ୩ ଦୁର୍ବୃତ୍ତ ପାଚେରି ଡେଇଁ ପଶିବା ସହ ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଛୁରିରେ ବାରମ୍ବାର ଭୁସି ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାନୁଯାୟୀ, ବଡ଼ବିଲ ପିଏଚ୍‌ଡି ରୋଡ୍‌ ଅଞ୍ଚଳର ଭଞ୍ଜ କଲୋନୀରେ ଅନୁପ ବିଶ୍ୱକର୍ମା ସପରିବାର ରୁହନ୍ତି। ଅନୁପଙ୍କ ପରିବାର ଗାଁକୁ ଯାଇଥିବାବେଳେ ସେ ଏକୁଟିଆ ଘରେ ଥିଲେ। ଅନୁପଙ୍କ କହିବା ମୁତାବକ ବୁଧବାର ପୂର୍ବାହ୍ନରେ ସେ ଘରେ ଏକାକୀ ଥିବାବେଳେ ତାଙ୍କ ଘର ପଛପଟ ପାଚେରି ଡେଇଁ ହଠାତ୍‌ ୩ ଦୁର୍ବୃତ୍ତ ଘର ଭିତରକୁ ପଶି ତାଙ୍କୁ କାବୁ କରିନେବା ସହ ମୁହଁରେ ବନ୍ଧୁକ ଭର୍ତ୍ତି କରି ଘରେ ଯାହା ଟଙ୍କା ଅଛି ଦେଇଦେବାକୁ କହିଥିଲେ। ତେବେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନଙ୍କ ସହ ଅନୁପଙ୍କର ଧସ୍ତାଧସ୍ତି ହୋଇଥିଲା। ଦୁର୍ବୃତ୍ତମାନେ ଅନୁପଙ୍କ ପେଟକୁ ଛୁରିରେ ବାରମ୍ବାର ଭୁସିବା ସହ ଗୋଡକୁ ମଧ୍ୟ ଛୁରାମାଡ଼ କରିଥିଲେ। କୌଣସିମତେ ଅନୁପ ସାହସ ବାନ୍ଧି ଦୁର୍ବୃତ୍ତମାନଙ୍କ କବଳରୁ ନିଜକୁ ମୁକୁଳାଇବା ସହ ଦୁର୍ବୃତ୍ତମାନଙ୍କଠାରୁ ଏକ ଛୁରି ଛଡ଼ାଇନେଇ ଘର ବାହାରକୁ ଧାଇଁ ଆସି ପାଟି କରିବାରୁ ଦୁର୍ବୃତ୍ତମାନେ ଚାଲିଯାଇଥିଲେ। ତେବେ ସ୍ଥାନୀୟ ଲୋକେ ତୁରନ୍ତ ଅନୁପଙ୍କୁ ବଡ଼ବିଲସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ଆଶୁ ଚିକିତ୍ସା ପରେ ଅନୁପଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟାଳୟକୁ ପଠାଯାଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଦୁର୍ବୃତ୍ତମାନଙ୍କୁ ଧରିବା ନିମନ୍ତେ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ୧୫ ଦିନ ବିତିଲା, ସମିତିସଭ୍ୟ-ସରପଞ୍ଚଙ୍କୁ ଭୟଭୀତ ପାଇଁ କୂଟଚକ୍ରାନ୍ତ

କେସିଙ୍ଗା,୧୮ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜକୁ ୧୫ଦିନ ବିତି ଗଲାଣି। ପ୍ରଶାସନିକସ୍ତରରେ ନୋଟିସ୍‌...

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri