
ଦିଗପହଣ୍ଡି/ଚିକିଟି,୨୨ା୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍ଆଇ ଜଗବନ୍ଧୁ ବାର୍ଲା ବ୍ରାହ୍ମଣ ନୂଆପଡ଼ା ଗ୍ରାମର ଚିକୁ ଓରଫ ଇ.କାଳିଆଙ୍କୁ ଶନିବାର ଗିରଫ କରି ବ୍ରହ୍ମପୁର ଜିଲା ଦୌରାଜଜ୍ କୋର୍ଟକୁ ଚାଲାଣ କରିଛନ୍ତି। ମାମଲା (ନଂ.୧୧/୨୩)ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଏକ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତ କାଳିଆ ହାଜର ନ ହେବାରୁ ଜିଲା ଦୌରାଜଜ୍ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ୱାରେଣ୍ଟକୁ ଭିତ୍ତିକରି ଥାନା ଏସ୍ଆଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।