ବଡ଼ଚଣା,୨୦ା୬(ଦିଲୀପ ମହାନ୍ତି): ଜଣେ ନବବଧୂଙ୍କୁ ଅଧିକ ଯୌତୁକ ଦାବିରେ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ଚଣ୍ଡୀଖୋଲ ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ତଦନ୍ତ ଆରମ୍ଭ କରିଛି ା।
ସୂଚନା ଅନୁଯାୟୀ,ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ପଞ୍ଚାୟତ ପଦ୍ମନାଭପୁର ଗ୍ରାମର ନକୁଳ ଚନ୍ଦ୍ର ସାମଲଙ୍କ ଝିଅ ସୁଚିତ୍ରା ଗତବର୍ଷ ମେ’ ୨୭ରେ କଟକ ଜଗତପୁର ନିମପୁର ନିବାସୀ ପ୍ରତାପ ସିଂହଙ୍କ କନିଷ୍ଠ ପୁତ୍ର ପ୍ରଭାସ ସିଂହ (ପିନୁ)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରପିତାଙ୍କ ଦାବି ମୁତାବକ ସମସ୍ତ ଜାନିଯୌତୁକ ସହିତ ନଗଦ ୪ ଲକ୍ଷ ଟଙ୍କା ବାଟ ଖର୍ଚ୍ଚ ଦିଆଯାଇଥିଲା। ମାତ୍ର ଏଥିରେ ସନ୍ତୁଷ୍ଟ ନ ହୋଇ ବରପକ୍ଷ ସୁଚିତ୍ରାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଅଧିକ ୨ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଇଥିଲେ। ସେ ଏଥିରେ ଅମଙ୍ଗ ହେବାରୁ ସୁଚିତ୍ରାଙ୍କ ସ୍ବାମୀ ପ୍ରଭାସ ସିଂହ, ଶ୍ୱଶୁର ପ୍ରତାପ ସିଂହ, ଶାଶୁ ପ୍ରମିଳା ସିଂହ, ଦେଢଶୁର ପ୍ରଦୋଶ ସିଂହ ଓ ବଡ଼ ଯା ଇତିଶ୍ରୀ ସିଂହ ତାଙ୍କ ତଣ୍ଟିରେ ଶାବଳ ପକାଇ ମାରିଦେବାକୁ ଉଦ୍ୟମ କରିବା ସହିତ ରୋଷେଇ ଘରେ ପୁରାଇ ଗ୍ୟାସ ସିଲିଣ୍ଡର ଖୋଲି ପୋଡ଼ିଦେବା ଉଦ୍ୟମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଚଣ୍ଡିଖୋଲ ଥାନା ପୋଲିସ ଏକ ମାମଲା(ନଂ.୧୦୨/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି ା ଅଭିଯୁକ୍ତମାନେ ହାଇକୋର୍ଟରୁ ଜାମିନ ଆଣିଥିବା ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର କାଣ୍ଡି ପ୍ରକାଶ କରିଛନ୍ତି ା