Categories: ଜାତୀୟ

ଡୋଭାଲଙ୍କ ଘରେ ଅଜଣା ବ୍ୟକ୍ତିଙ୍କ ପ୍ରବେଶ ଉଦ୍ୟମ…

ନୂଆଦିଲ୍ଲୀ, ୧୬।୨ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏକ କାର ସହିତ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ବାହିନୀ ଅଟକ ରଖିଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଟିମ ତାଙ୍କୁ ପଚରାଉଚରା କରୁଛନ୍ତି।

ନ୍‌ସୂଚନାନୁସାରେ, ବୁଧବାର ସକାଳେ ଅଜଣା ଜଣକ ବ୍ୟକ୍ତି କାର୍‌ରେ ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସୁରକ୍ଷା କର୍ମୀ ତାଙ୍କୁ ଧରିଥିଲେ ।
କୁହାଯାଉଛି ଯେ ସେ ଏକ ଭଡା କାର ସହିତ ଆସିଥିଲେ। ପ୍ରାରମ୍ଭିକ ଅନୁସନ୍ଧାନରେ ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିବ ଜଣାପଡ଼ିଛି।

 

ସେ ଭୁଲରେ ଘରେ ପ୍ରବେଶ କରିଥିଲେ କିମ୍ବା ଏହା ପଛରେ କିଛି ଷଡଯନ୍ତ୍ର ରହିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି।

Share