ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସାହୁ କମ୍ପ୍ଲେକ୍ସ ଭିତରୁ ଏସ୍‌ବିଆଇର ଏଟିଏମ୍‌କୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ସୋମବାର ସକାଳୁ କିଛି ଲୋକ ଏଟିଏମ୍‌କୁ ଟଙ୍କା ଉଠାଇବା ପାଇଁ ଆସିଥିବା ସମୟରେ ଏଟିଏମ୍‌ ଭଙ୍ଗାଯାଇ ଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ହୋଇଛି କି ନାହିଁ ତାହାର ତଦନ୍ତ ଜାରି ରହିଛି।

Share