Posted inଜାତୀୟ

ଏଲ୍‌ଏସିରେ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ୟମ

ନୂଆଦିଲ୍ଲୀ,୨ା୯: ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦରେ ସ୍ଥିତାବସ୍ଥା ବଦଳାଇବା ପାଇଁ ସାମରିକ ଉତ୍ତେଜନା ସୃଷ୍ଟିକାରୀ ଉଦ୍ୟମ କରିଥିଲା। ଚାଇନାର ଏପରି କାର୍ଯ୍ୟ ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୨୯-୩୦ ରାତିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ଅନୁଷ୍ଠାନିକ ବିବୃତି ଜାରି କରାଯାଇଛି। ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପାଙ୍ଗୋଙ୍ଗ୍‌ ହ୍ରଦର ସାଉଥ୍‌ ବ୍ୟାଙ୍କ୍‌ ଏରିଆରେ ସ୍ଥିତାବସ୍ଥା ପରିବର୍ତ୍ତନ ଲାଗି ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଉଦ୍ୟମ କରିଥିଲା। ଭାରତ ଓ ଚାଇନାର ବହିର୍ବ୍ୟାପାର ମନ୍ତ୍ରୀ ତଥା ସ୍ବତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ସହମତିକୁ ଏହା ସମ୍ପୂର୍ଣ୍ଣ ଭାବେ ଅସମ୍ମାନ। ତେବେ ଚାଇନାର ଏପରି କାର୍ଯ୍ୟକୁ ନେଇ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳରେ ଭାରତୀୟ ଯବାନମାନେ ଏହାର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟର କଡ଼ା ଜବାବ ଦେଇଥିଲେ। ଭାରତର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାର ସୁରକ୍ଷା ପାଇଁ ସେନା ଆମତ୍ରକ୍ଷାମୂଳକ ଉପଯୁକ୍ତ ପଦକ୍ଷେପ ନେଇଥିଲା। ଉଭୟ କୂଟନୈତିକ ଓ ସାମରିକ ଚ୍ୟାନେଲରେ ଚାଇନା ଆଗରେ ଆମେ ଏହି ପ୍ରସଙ୍ଗ ଉଠାଇଛୁ। ଏହାସହ ପିଏଲ୍‌ଏ ସୈନ୍ୟଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଅନୁରୋଧ କରିଛୁ।

ଚାଇନାକୁ ସବୁ କ୍ଷେତ୍ରରେ ବିରୋଧ କରିବ ଆମେରିକା

ଚାଇନା ସବୁଠି ଲଢ଼େଇ କରିବାକୁ ଆଗଭର ହେଉଛି। ତେଣୁ ଏହାକୁ ଗଲଓ୍ବାନ ଉପତ୍ୟକାରେ ସାର୍ବଭୌମତ୍ୱ ଜାହିର କରିବା ସମେତ ସମସ୍ତ କ୍ଷେତ୍ରରେ ବିରୋଧ କରିବା ଓ୍ବାଶିଂଟନର ରଣନୀତି ବୋଲି ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ପ୍ରକାଶ କରିଛନ୍ତି। ଭାରତ-ଆମେରିକା ତୃତୀୟ ଲିଡରଶିପ୍‌ ସମିଟରେ ସୋମବାର ଆମେରିକାର ପରରାଷ୍ଟ୍ର ଉପସଚିବ ଷ୍ଟିଫେନ୍‌ ବିଗୁନ୍‌ କହିଛନ୍ତି, ଚାଇନା ଯଥାର୍ଥ ସନ୍ତୁଳନ ବଜାୟ ରଖି ପାରସ୍ପରିକ ସ୍ବାର୍ଥକୁ ସମ୍ମାନ ଦେବା ପରିବର୍ତ୍ତେ ଟେକ୍ନୋଲୋଜି ଚୋରିରୁ ନେଇ ଜାତୀୟ ସାର୍ବଭୌମତ୍ୱ ଓ ଅନ୍ୟ ଦେଶଗୁଡ଼ିକର ଜଳ ଉପରେ ଅଧିକାର ସାବ୍ୟସ୍ତର ସୁଯୋଗକୁ ହାତଛଡ଼ା କରି ନ ଥିବା ଜଣାପଡ଼ିଛି। ଏହି କାରଣରୁ ଚାଇନାକୁ ସମସ୍ତ କ୍ଷେତ୍ରରେ ପଛକୁ ଠେଲିବା ହେଉଛି ଆମେରିକାର ରଣନୀତି।

‘ସୀମା ନିର୍ଦ୍ଧାରଣ ହୋଇ ନ ଥିବାରୁ ସମସ୍ୟା ଲାଗିରହିବ’

ଭାରତ-ଚାଇନା ମଧ୍ୟରେ ସୀମା ନିର୍ଦ୍ଧାରଣ ହୋଇ ନାହିଁ। ତେଣୁ ଦୁଇଦେଶ ମଧ୍ୟରେ ସବୁବେଳେ ସୀମା ବିବାଦ ଲାଗିରହିବ। ମତଭେଦକୁ ସଂଘର୍ଷରେ ପରିଣତ ନ କରିବା ପାଇଁ ଉଭୟ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ସହମତିକୁ ନୂଆଦିଲ୍ଲୀ ଓ ବେଜିଂ କାର୍ଯ୍ୟକାରୀ କରିବା ଉଚିତ ବୋଲି ମଙ୍ଗଳବାର ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁରୋପ ଗସ୍ତରେ ଥିବା ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ୟି କହିଛନ୍ତି, ଭାରତ ସହ ଆଲୋଚନା ମାଧ୍ୟମରେ ସବୁ ପ୍ରକାର ବିବାଦର ସମାଧାନ ପାଇଁ ଚାଇନା ପ୍ରସ୍ତୁତ। ୭୦ ବର୍ଷ ମଧ୍ୟରେ ଚାଇନା ୧ ଇଞ୍ଚ ମଧ୍ୟ ବିଦେଶୀ ଜମି ଦଖଲ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri