Categories: ଜାତୀୟ

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଗୁରଦାସପୁର, ୨୧।୧୨: ପୂର୍ବରୁ ଜମ୍ମୁ-କଶ୍ମୀରର ଏଲଓସିରେ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବରେ ସୀମାବାଟେ ଭାରତରେ ଅନୁପ୍ରବେଶ କରିବା ଉଦ୍ୟମ କରୁଛନ୍ତିି। ମଙ୍ଗଳବାର ଗୁରୁଦାସପୁର ସେକ୍ଟରରେ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି କରିଛନ୍ତି।

ଏନେଇ ବିଏସଏଫ ପକ୍ଷରୁ ଜାରି ହୋଇଥିବାେ ବିବୃତ୍ତିରେ କୁହାଯାଇଛି ଯେ ଅନୁପ୍ରବେଶକାରୀଙ୍କୁ ସକାଳ ୬ଟା ୪୫ରେ ସୀମାରେ ଦେଖିବାକୁ ମିଳିଥିଲା। ତାଙ୍କୁ ବିଏସ୍‌ଏଫ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେ ଏହାକୁ ଅମାନ୍ୟ କରିଥିଲେ। ତେଣୁ ବାଧ୍ୟ ହୋଇ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା।
ଗତ କିଛି ଦିନ ହେବ ପଞ୍ଜାବ ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ବୃଦ୍ଧି ପାଇଛି।

ଏହା ପୂର୍ବରୁ ରବିବାର ରାତିରେ ମଧ୍ୟ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନ ଉପରକୁ ଗୁଳି ଚଳାଇଥିଲେ। ବିଏସଏଫର ୧୮ ବାଟାଲିୟନର ବିଓପି କସୋୱାଲ ସୀମାରେ ପୋଷ୍ଟ ହୋଇଥିବା ମହିଳା ଯବାନମାନେ ପାକିସ୍ତାନୀ ଡ୍ରୋନ ସୀମାରେ ଉଡୁଥିବା ଦେଖିଥିଲେ। ଘନ କୁହୁଡ଼ି ସମୟରେ ପାକିସ୍ତାନୀ ଡ୍ରୋନ୍‌ ସୀମା ଉପରେ ଉଡ଼ୁଥିବା ଦେଖି ବିଏସଏଫ ଯବାନମାନେ ଗୁଳି ଚଳାଇଥିବା ବିଏସଏଫ ଡିଆଇଜି ପ୍ରଭାକର ଯୋଶୀ କହିଛନ୍ତି।

Share