Categories: ଜାତୀୟ

ଏଣିକି ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪।୬:ଏବେ ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ହେବ ବାଧ୍ୟତାମୂଳକ। ଏନେଇ ସବୁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତିରେ ଅବହେଳା ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସମ୍ପ୍ରତି ସମୀକ୍ଷା ବୈଠକରେ ଜଣାପଡିଛି ଯେ, ଯେଉଁ କାର୍ଯ୍ୟାଳୟରେ ଏହି ସିଷ୍ଟମ ସ୍ଥାପନ କରାଯାଇଛି। ସେଠାରେ ବହୁ ସଂଖ୍ୟକ କର୍ମଚାରୀ ସେମାନଙ୍କ ଉପସ୍ଥାନ ପଞ୍ଜିକରଣକୁ ନେଇ ଅବହେଳା କରୁଛନ୍ତି। ସେଥିଲାଗି କେନ୍ଦ୍ର ପକ୍ଷରୁ ସବୁ ବିଭାଗକୁ ନୋଟିସ୍‌ ଜାରି କରାଯାଇଛି।
ଏବେ ଏହି ଅବହେଳାକୁ ବରଦାସ୍ତ ନ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ମାୟୋମେଟ୍ରିକ ବାଧ୍ୟତାମୂଳକ କରିବାକୁ କୁହାଯାଇଛି।

ବାୟୋମେଟ୍ରିକ ସିଷ୍ଟମ ମାଧ୍ୟମରେ ଉପସ୍ଥାନ ରେକର୍ଡିଂ ବ୍ୟବସ୍ଥାର କଠୋର ଅନୁପାଳନ ନିଶ୍ଚିତ କରିବାକୁ ବିଭାଗର ମୁଖ୍ୟମାନଙ୍କୁ କୁହାଯାଇଛି। ସର୍କୁଲାରରେ କୁହାଯାଇଛି ଯେ ଯେଉଁମାନେ ଅଫିସକୁ ବିଳମ୍ବରେ ଆସନ୍ତି ଏବଂ ଯେଉଁମାନେ ଶୀଘ୍ର ଚାଲିଯାଆନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Share