ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଘରୋଇ ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଅଟକ ଥିବା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଲକ୍ଷ୍ମୀ ଓରଫ ବେବିନା ସେଠୀ, ସୁବୁଦ୍ଧି ନାୟକ ଏବଂ ଶ୍ରୀୟା ନାୟକ ମହିଳା ଶ୍ରମିକଙ୍କୁ ଶନିବାର କମ୍ପାନୀ କର୍ତ୍ତୃପକ୍ଷ ଛାଡ଼ି ଦେଇଛନ୍ତି। ଗତ ୪ ମାସ ତଳେ ଜଣେ ଦଲାଲଙ୍କ ସହାୟତାରେ ଏହି ୩ ମହିଳା ଶ୍ରମିକ ଆନ୍ଧ୍ର ପ୍ରଦେଶର ଉକ୍ତ କମ୍ପାନୀକୁ କାମ ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଦରମା ନ ଦେଇ କାମ କରିବାକୁ ବାଧ୍ୟ କରାଯାଉଥିଲା। ଲକ୍ଷ୍ମୀଙ୍କ ମା’ଙ୍କ ଦେହ ଖରାପ ଥିବାରୁ ସେ ଗାଁକୁ ଯିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେ ଆଣି ନ ଥିଲେ। ଓଲଟି ତାଙ୍କୁ ହତ୍ୟା ଧମକ ସହ ନିର୍ଯାତନା ମିଳୁଥିବା ନେଇ ସେ କାନ୍ଦି କାନ୍ଦି ଫୋନ ଯୋଗେ ପରିବାର ଲୋକଙ୍କୁ ଶୁକ୍ରବାର ଜଣାଇଥିଲେ। ଏନେଇ ଶନିବାର ସକାଳେ ଭ୍ରମରପୁର ସରପଞ୍ଚ ସୀତାରାମ ସେଠୀ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଫୋନ ଯୋଗେ କଥା ହେବା ପରେ ସେମାନଙ୍କୁ ଗସ୍ତ ଖର୍ଚ୍ଚ ଦେଇ କମ୍ପାନୀ ତାର ନିଜ ଗାଡ଼ିରେ ଆନ୍ଧ୍ରର ରାଜାମହେନ୍ଦ୍ରି ରେଳ ଷ୍ଟେଶନରେ ଆଣି ଛାଡିଥିବା ଜଣାପଡ଼ିଛି। ସେଠାରୁ ସେମାନେ ବ୍ରହ୍ମପୁର ଅଭିମୁଖେ ଫେରୁଥିବା ଲକ୍ଷ୍ମୀ ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image