Categories: ବାଣିଜ୍ୟ

ଆକୃଷ୍ଟ କରୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୩।୧୦ (ଅଭୟ ଦାଶ): ଚଳିତ ବର୍ଷ ପାର୍ବଣ ସମୟରେ ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ମେଳା (ଏକ୍ସପୋ)ର ଆୟୋଜନ ଭୁବନେଶ୍ୱରର ପ୍ରଦଶର୍ନୀ ପଡିଆଠାରେ କରାଯାଇଛି। ବିଶେଷକରି ଶାରଦୀୟ ପୂଜା ବୁଲା ସାଙ୍ଗକୁ ସାରା ଦେଶର ଭଳିକି ଭଳି ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀର ବ୍ୟାପକ ସମ୍ଭାର ଉଭୟ ସହରବାସୀ ଏବଂ ପାର୍ବଣ ଉପଭୋକ୍ତାଙ୍କୁ ବେଶ୍‌ ଆକର୍ଷିତ କରିଛି। ଏପରିକି ପୂଜା ସାଙ୍ଗକୁ ରବିବାରର ଭିଡ଼ ମେଳାର କାରବାରକୁ ଦ୍ୱିଗୁଣିତ କରିଛି। ଅପରପକ୍ଷରେ ଓଡ଼ିଶା ସରକାରଙ୍କ ଅଗ୍ରଣୀ ସଂସ୍ଥା ବୟନିକା ଷ୍ଟଲରେ ଭିଡ଼ ଅଧିକ ଦେଖାଦେଇଥିବା ବେଳେ ବୟନିକାର ବିଶେଷ ସରକାରୀ ରିହାତି ୨୦+୧୦% ଗ୍ରାହକଙ୍କୁ ବେଶ୍‌ ଉତ୍ସାହିତ କରୁଛି। ସେହିଭଳି ଉକ୍ତ ମେଳାରେ ପ୍ରାୟ ୭୦ଟି ଷ୍ଟଲ ପଡିଥିବାବେଳେ ଓଡ଼ିଶା ସମେତ ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ନାଟକ, ତେଲଙ୍ଗାନା, ଆସାମ, ପୁଡୁଚେରୀ, ତାମିଲନାଡୁ ଏବଂ ଜମ୍ମୁ-କାଶ୍ମୀର ଭଳି ରାଜ୍ୟର ବୁଣାକାର ସଂଘ, ନିଗମ ଓ ବ୍ୟବସାୟୀମାନଙ୍କର ଭଳିକି ଭଳି ପୋଷାକ ଉଭୟ ବିକ୍ରି ଓ ପ୍ରଦର୍ଶନୀ ପାଇଁ ମେଳାରେ ଉପଲବ୍ଧ। ସେହିପରି ଆକର୍ଷଣୀୟ ପୋଷାକ ସାଙ୍ଗକୁ ଘରକରଣା ସାମଗ୍ରୀ ଆଦି ଉପରେ ୨୦% ର ସ୍ବତନ୍ତ୍ର ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଡେବିଟ ଓ କ୍ରେଡିଟ କାର୍ଡର ବ୍ୟବହାର କାରବାର ସମୟରେ ଗ୍ରହଣ କରାଯାଉଛି। ଉଲ୍ଲେଖଯୋଗ୍ୟ, କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ଏକ୍ସପୋର ଆୟୋଜନ ଭୁବନେଶ୍ୱରର ପ୍ରଦଶର୍ନୀ ପଡିଆଠାରେ କରାଯାଇଛି। ବିଶେଷକରି ଏହି ମେଳା ୨୦୨୩ ନଭେମ୍ବର ୧୧ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ପ୍ରତିଦିନ ସକାଳ ୧୧ ଘଟିକାରୁ ସନ୍ଧ୍ୟା ୯ ଘଟିକା ପର୍ଯ୍ୟନ୍ତ ମେଳା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି କାମଧେନୁ ଖଦି ଉଲ୍‌ ପାନିପଥର ସମ୍ପାଦକ ରାଜେନ୍ଦ୍ର ଚୌଧୁରୀ ମତପ୍ରକାଶ କରିଛନ୍ତି।

Share