ବିରାଜିବେ ମା’: ଆକର୍ଷଣ ସାଜିବ ଦିଲ୍ଲୀର ଲାଲକିଲ୍ଲା ମଣ୍ଡପ

ଭବାନୀପାଟଣା,୫/୧୦(ଉତ୍ତମ କୁମାର ଦାଶ):ମା’ ଦୁର୍ଗାଙ୍କ ଆଗମନ ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି। ସହରର ନକଟିଗୁଡ଼ା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଚଳିତବର୍ଷ ଦିଲ୍ଲୀର ଲାଲକିଲ୍ଲା ଆକୃତିର ପୂଜାମଣ୍ଡପ ଆକର୍ଷଣ ସାଜିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଠାକାର ସାର୍ବଜନୀନ ଦୁର୍ଗାପୂଜା ୧୪ ବର୍ଷରେ ପଦାର୍ପଣ କରିଛି। ୨୦୧୧ରେ ନକଟିଗୁଡ଼ାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଉକ୍ତ ବର୍ଷ ପୁରୀ ଶ୍ରୀମନ୍ଦିର ଆକୃତିର ମଣ୍ଡପ ନିର୍ମାଣ କରାଯାଇଥିଲା। ୨୦୧୨ରେ ଚେନ୍ନାଇ ଆଇପ୍ପା ମନ୍ଦିର, ୨୦୧୩ରେ ତିରୁପତି ବାଲାଜୀ ମନ୍ଦିର, ୨୦୧୪ରେ କର୍ନାଟକ ବିଧାନସଭା,୨୦୧୫ରେ ଅକ୍ଷରଧାମ ମନ୍ଦିର, ୨୦୧୬ରେ କୋଣାର୍କ ସୂର୍ଯ୍ୟମନ୍ଦିର, ୨୦୧୭ରେ ଋଷିକେଶ ମନ୍ଦିର, ୨୦୧୮ରେ ବୃନ୍ଦାବନ ଚନ୍ଦ୍ରୋଦୟା ମନ୍ଦିର,୨୦୧୯ରେ ଭୁବନେଶ୍ବର ରାମମନ୍ଦିର ସଦୃଶ ପୂଜାମଣ୍ଡପର ରୂପ ଦିଆଯାଇଥିଲା। କୋଭିଡ୍‌ ସମୟରେ କେବଳ ମା’ଜଗଜ୍ଜନନୀଙ୍କ ବିଧିପୂଜା କରାଯାଇଥିଲା। ପରେ ୨୦୨୨ରେ ରାଷ୍ଟ୍ରପତି ଭବନ ଓ ୨୦୨୩ରେ ରୁଷିଆର ହର୍ମିଟେଜ ମ୍ୟୁଜିୟମ ମଣ୍ଡପ ଆକାରର ତୋରଣ ହୋଇଥିଲା।
ଚଳିତ ବର୍ଷ ୧୧୨ ଫୁଟ ଲମ୍ବ ଓ ୬୨ ଫୁଟ ଉଚ୍ଚତା ବିଶିଷ୍ଟ ଲାଲକିଲ୍ଲା ଆକୃତିର ପୂଜା ମଣ୍ଡପ ପ୍ରସ୍ତୁତ ହୋଇଛି। ଏହାକୁ ସ୍ଥାନୀୟ ୨୦ରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ପ୍ରସ୍ତୁତ କରିଛନ୍ତି। ପୂଜା ସମୟ ମଧ୍ୟରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ପାଇଁ ଭବାନୀପାଟଣା ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ମନୋରଞ୍ଜନ ପାଇଁ ଆମେ ପ୍ରୟାସ କରୁଛୁ ବୋଲି ନକଟିଗୁଡ଼ା ଦୁର୍ଗାପୂଜା କମିଟି ସଭାପତି ସାମନ୍ତ ଖମାରୀ, ସମ୍ପାଦକ ସୁକାନ୍ତ ବିଶି ଓ କୋଷାଧ୍ୟକ୍ଷ ବୀରେନ ଖମାରୀ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାରଠାରୁ ଏଠାରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏଥର ପୂଜାରେ କର୍ତ୍ତା ଭାବେ ନରେନ୍ଦ୍ର କୁମାର ଦାଶ ଓ ସହଧର୍ମିଣୀ ରଶ୍ମି ପ୍ରଭା ଦାଶ ଦାୟିତ୍ୱ ତୁଲାଉଥିବାବେଳେ ଗିରୀଶ ଚନ୍ଦ୍ର ହୋତା ମୁଖ୍ୟ ପୂଜକ ରହିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗୀରର ଦଣ୍ଡନୃତ୍ୟ, ମେଲୋଡି, ଡ୍ୟାନ୍ସ ଡ୍ୟାନ୍ସ ଆଦି ରହିଛି। ସେହିପରି ୧୨ ତାରିଖ ସକାଳେ ମହିଳାମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ହେବ। ଉକ୍ତ ଦିନ ଅପରାହ୍ନରେ ଲାଖମରା କାର୍ଯ୍ୟକ୍ରମ ମଧ୍ୟ ରହିଛି। ୧୩ ତାରିଖରେ ରାବଣପୋଡ଼ି ଅନୁଷ୍ଠିତ ହେବ। ଏଥର ଲାଖମରା ଓ ରାବଣପୋଡ଼ି ମୁଖ୍ୟ ଆକର୍ଷଣ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୂଜାମଣ୍ଡପ ପରିସରରେ ନିର୍ମାଣ ହୋଇଥିବା ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭକ୍ତଙ୍କୁ ଆକୃଷ୍ଟ କରୁଛି। ସନ୍ଧ୍ୟା ସମୟରେ ପ୍ରବଳ ଭିଡ଼ ହେଉଥିବାବେଳେ ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ।

Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ, ସରପଞ୍ଚ

କେସିଙ୍ଗା,୪।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥାପ୍ରସ୍ତାବ ପାଇଁ ୪୨ଜଣ ସମିତି ସଭ୍ୟ, ସରପଞ୍ଚ...

ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଥାନାରେ ଏତଲା

ଖୋର୍ଦ୍ଧା, ୫ା୧୦(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ମାଟିର ଅସମ୍ମାନ ହେବା ଭଳି ଅପଶବ୍ଦ କହିବାକୁ ନେଇ ବିଭିନ୍ନ ମହଲରେ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି

କୁଜଙ୍ଗ,୫।୧୦(ମନୋଜ ପ୍ରଧାନ ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ନିମନ୍ତେ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲିସ...

ଯାଜପୁରରେ ବିକାଶ ନାଁରେ ୩ ପରିବାରର ଲୁଟ୍‌ ପ୍ରସଙ୍ଗ:ଜୋର୍‌ ଧରିଛି ଆରୋପ ପ୍ରତ୍ୟାରୋପ

ଯାଜପୁର,୫ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ବିକାଶ ନାମରେ ୩ ପରିବାର ଲୁଟ୍‌ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ପରେ ଉଭୟ ବିଜେଡି ଓ ଭାଜପା...

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ଡିଏଫ୍‌ଓଙ୍କୁ ଜେରା କଲେ ଏସ୍‌ଡିପିଓ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ...

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ମା’ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ: ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଚନ୍ଦ୍ରଘଣ୍ଟା ବେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri