Categories: ବାଣିଜ୍ୟ

ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ରୂପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ରୁପା ଅଳଙ୍କାରର ଗଢ଼ା ମଜୁରି ଉପରରେ ଫ୍ଲାଟ ୫୦% ରିହାତି ପ୍ରଦାନ କରାଯାଉଛି। ଏହି ଅଫର ଚଳିତ ବର୍ଷ ଅପ୍ରେଲ ୨୩ ତାରିଖ ପର୍ଯ୍ୟନ୍ତ ଚାନ୍ଦି ଭଣ୍ଡାରର ସମସ୍ତ ଷ୍ଟୋରରେ ଉପଲବ୍ଧ। ଉଲ୍ଲେଖଯୋଗ୍ୟ ଭୁବନେଶ୍ୱର ସହିଦ ନଗର ଏବଂ ପଟିଆ ସମେତ ରାଉରକେଲାର ଉଦିତ ନଗର, ଅନୁଗୁଳର ଅମଲାପଡ଼ା, କଟକ, ଯାଜପୁର ରୋଡ ଏବଂ ବ୍ରହ୍ମପୁର ଠାରେ ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ୍‌ ଷ୍ଟୋର ଉପଲବ୍ଧ। ଏଠାରେ ରୁପା ଗହଣା, କଟ୍‌ଲେରି, ସିଲ୍‌ଭରୱେର ଏବଂ କର୍ପୋରେଟ୍‌ ଉପହାରର ବିସ୍ତୃତ ସମ୍ଭାର ରହିଛି। ବିଶେଷ କରି ସର୍ବୋତ୍ତମ ଓଡ଼ିଆ କାରିଗରି ସହ ଭାରତର ବିଭିନ୍ନ ପ୍ରାନ୍ତରୁ ଚାନ୍ଦି ଭଣ୍ଡାର ଅତି ସୁନ୍ଦର ରୁପା ଗହଣା ଏବଂ ଅନ୍ୟାନ୍ୟ ରୁପା ସାମଗ୍ରୀ ଉପଲବ୍ଧ କରାଉଛି। ଅପରପକ୍ଷରେ ମାଗଣା ଲାଇଫ୍‌ଟାଇମ୍‌ କ୍ଲିନିଂ, ସର୍ବୋତ୍ତମ ଏକ୍ସଚେଞ୍ଜ ନୀତି, ହଲ୍‌ମାର୍କ ଏବଂ କ୍ୱାଲିଟି ଯାଞ୍ଚ ହୋଇଥିବା ଉତ୍ପାଦନ, ରୁପା ଗହଣାରେ ହଜାରରୁ ଅଧିକ କଷ୍ଟମାଇଜେସନ ଏବଂ କିଣିବା ପୂର୍ବରୁ ପିନ୍ଧିବା ନୀତି ଆଦି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି, ଏହା ସହିତ ଉଚିତ ମୂଲ୍ୟରେ ଗ୍ରାହକଙ୍କୁ ଆବଶ୍ୟକ ଉତ୍ପାଦ ଓ ସାମଗ୍ରୀ ଏବଂ ଅଳଙ୍କାର ପ୍ରଦାନ କରାଯାଇଥାଏ। ସୂଚନାଯୋଗ୍ୟ ୨୦୧୩ ରେ ଭୁବନେଶ୍ୱରର ସହିଦ ନଗରରୁ ଆରମ୍ଭ ହୋଇଥିବା ଚାନ୍ଦି ଭଣ୍ଡାର ବର୍ତ୍ତମାନ ରାଜ୍ୟ ପ୍ରମୁଖ ସହରରେ ୭ ଟି ଷ୍ଟୋର ଉପଲବ୍ଧ କରାଇପାରିଛି।

Share