Categories: ବାଣିଜ୍ୟ

ଆକର୍ଷଣୀୟ ଧନ୍‌ତେରସ୍‌ ଓ ଦୀପାବଳି ଅଫର

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍‌ତେରସ୍‌ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୨୫ ଟଙ୍କା ରଖାଯାଇଥିବାବେଳେ ହୀରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦,୦୦୦ ଟଙ୍କା ପ୍ରତି କ୍ୟାରେଟ୍‌ ପିଛା ରିହାତି ଦିଆଯାଉଛି। ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍‌ ୨୦% ଓ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ଏବଂ ବ୍ରାଣ୍ଡେଡ୍‌ ଆଇଟମ୍‌ ଉପରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି। ଏହାସହ ଧନ୍‌ତେର୍‌ସକୁ ଦୃଷ୍ଟିରେ ରଖି ୨୫,୦୦୦ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ମୂଲ୍ୟର କିଣାକିଣି ଉପରେ ନିଶ୍ଚିତ ଉପହାର ଲାଲ୍‌ଚାନ୍ଦ ପକ୍ଷରୁ ପ୍ରଦାନ କରାଯାଉଛି। ଲାଲ୍‌ଚାନ୍ଦର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ୍‌ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବା ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଲାଲ୍‌ଚାନ୍ଦ ଜୁଏଲର୍ସରେ ବିଶ୍ୱର ସର୍ବବୃହତ୍‌ ଅଳଙ୍କାର ମହୋତ୍ସବ ‘ଆଇଜେଏସ୍‌ଏଫ୍‌-୨୦୨୩’ ଚାଲିଥିବା ବେଳେ ଚଳିତ ଦୀପାବଳି ଓ ଧନ୍‌ତେରସ୍‌ରେ ଗ୍ରାହକଙ୍କର ଭାଗ୍ୟ ଚମକାଇବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ୨୫ ହଜାର ଟଙ୍କାର ଗହଣା କ୍ରୟ ଉପରେ ନିଶ୍ଚିତ କୁପନ ଏବଂ ସୀମିତ ସଂସ୍କରଣର ରୁପା ମୁଦ୍ରା ମିଳୁଛି। ଏହି ଅବିଶ୍ୱସନୀୟ ପୁରସ୍କାର ପର୍ଯ୍ୟାୟକ୍ରମେ ଡ୍ର’ରେ ୫୦୦୦ କୁପନର ପ୍ରତି ସେଟ୍‌ରେ ୨୫ ଗ୍ରାମ୍‌ ସୁନାମୁଦ୍ରା ଜିତିପାରିବେ। ଏଥିସହ ୧ କିଲୋଗ୍ରାମ ସୁନାର ୫ଟି ପୁରସ୍କାର, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଜୁଡାଉ ଜୁଏଲେରି, ୧୦ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଟେମ୍ପଲ୍‌ ଜୁଏଲେରି, ୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ହୀରା ଓ ମୂଲ୍ୟବାନ୍‌ ପଥର ଖଚିତ ଜୁଏଲେରି, ୨.୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ସୁନାଗହଣା ଏବଂ ଡିଭାଇନ୍‌ ସଲିଟେଆରରୁ ୧୦୦ଟି ହୀରା ଖଚିତ ସ୍ବର୍ଣ୍ଣ ମୁଦ୍ରା ଜିତିବାର ଅପୂର୍ବ ସୁଯୋଗ ରହିଛି। ଏହା ସହ ଲାଲ୍‌ଚାନ୍ଦ୍‌ରେ ସମସ୍ତ ଆକାର ଏବଂ ଓଜନର ୯୯୯ଶୁଦ୍ଧତା ବିଶିଷ୍ଟ ସ୍ବର୍ଣ୍ଣ ମୁଦ୍ରା ଉପଲବ୍ଧ। ଏହି କ୍ରମରେ ସର୍ବନିମ୍ନ ୪୦,୦୦୦ ଟଙ୍କାର ନେଣଦେଣ ଉପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ କ୍ରେଡିଟ୍‌-ଡେବିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ତୁରନ୍ତ ୫% ଏବଂ ସର୍ବାଧିକ ୩,୦୦୦ ଟଙ୍କାର ଛାଡ଼ ମିଳିବ।

Share