ବ୍ଲାକ୍‌ ଫ୍ରାଇଡେ ସେଲ୍‌ରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୩୦।୧୧: ଦେଶର ପ୍ରମୁଖ ଇ କମର୍ସ ପ୍ଲାଟ୍‌ଫର୍ମ ତଥା ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ଅଫର ଏବଂ ପ୍ରଥମ ବ୍ଲାକ୍‌ ଫ୍ରାଇଡେ ସେଲ୍‌ (ଇଭେଣ୍ଟ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍‌ ୨୦୨୪ ଡିସେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ଲାଟ୍‌ଫର୍ମର ପ୍ରଥମ ବ୍ଲାକ୍‌ ଫ୍ରାଇଡେ ସେଲ୍‌ (ଇଭେଣ୍ଟ)ରେ ଆପଲ୍‌, ସାମ୍‌ସଙ୍ଗ୍‌, ସୋନି, ନାଇକ୍‌, କାଲ୍‌ଭିନ୍‌ କ୍ଲେନ୍‌, ଆଡିଡାସ୍‌, ଟମି ହିଲଫାଇଗର, ପାନାସୋନିକ୍‌, ଜିନ୍‌ ପଲ୍‌, ଡାବର, ଏଲ୍‌ଜି, ଆଲଡୋ, ସ୍ବାରୋଭସ୍କି ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ, ଫ୍ୟାଶନ୍‌ ଏବଂ ସୌନ୍ଦର୍ଯ୍ୟ ବର୍ଗରେ ଆକର୍ଷଣୀୟ ରିହାତି (ଡିଲ୍‌) ଉପଲବ୍ଧ ରହିଛି। ସେହିପରି ଏଚ୍‌ଡିଏଫ୍‌ସି, ଇଣ୍ଡସ୍‌ଇଣ୍ଡ, ବିଓବି କାର୍ଡ ଏବଂ ଏଚ୍‌ଏସ୍‌ବିସି ବ୍ୟାଙ୍କର ଡେବିଟ ଆଣ୍ଡ କ୍ରେଡିଟ କାର୍ଡ ଏବଂ କ୍ରେଡିଟ ଇଏମ୍‌ଆଇ ଜରିଆରେ ଗ୍ରାହକମାନେ ତୁରନ୍ତ ୧୦% ରିହାତି ପାଇପାରିବେ। ଏପରିକି ବ୍ଲାକ୍‌ ଫ୍ରାଇଡେ ସେଲ୍‌ ପାଇଁ ପ୍ରାଇମ ମେମ୍ବରମାନେ ଆମାଜନ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡ ବ୍ୟବହାରକରି ସମସ୍ତ କ୍ରୟ ଉପରେ ଅସୀମିତ ୫% କ୍ୟାଶବ୍ୟାକ୍‌ ପାଇପାରିବେ ଏବଂ ଅଣ-ପ୍ରାଇମ୍‌ ସଦସ୍ୟଙ୍କୁ ୩% କ୍ୟାଶ୍‌ବ୍ୟାକ୍‌ ମିଳିବ। ପ୍ରାଇମ୍‌ ମେମ୍ବରମାନେ ପ୍ରାଇମ ଡେ ସମେତ ସ୍ବତନ୍ତ୍ର ଶପିଂ ଇଭେଣ୍ଟର ପ୍ରାରମ୍ଭିକ ଆକ୍‌ସେସ୍‌ ମଧ୍ୟ ଉପଭୋଗ କରିଥାନ୍ତି। ଅପରପକ୍ଷରେ ମୋବାଇଲ, ଇଲେକ୍ଟ୍ରୋନିକ୍ସ ଓ ଆକ୍ସେସରିଜ୍‌ ଉପରେ ୪୦ରୁ ୭୫ % ରିହାତି ରହିଛି। ଯେଉଁଥିରେ ସାମ୍‌ସଙ୍ଗ୍‌ ଗାଲାକ୍ସି ବଡ୍ସ, ଆମାଜଫିଟ୍‌ ଆକ୍ଟିଭ୍‌ ୪୨ ମିମି ଆମୋଲେଡ୍‌ ସ୍ମାର୍ଟ ୱାଚ, ଆପଲ୍‌ ମ୍ୟାକ୍‌ ବୁକ୍‌ ଏୟାର ଲାପ୍‌ଟପ୍‌, ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୨୩ ଅଲ୍‌ଟ୍ରା ଭଳି ଆହୁରି ଅନେକ ସାମଗ୍ରୀ ସାମିଲ ରହିଛି। ଘର ପାଇଁ ଆବଶ୍ୟକ ଉପକରଣରେ ୬୫% ପର୍ଯ୍ୟନ୍ତ ରିହାତି ସହିତ ପାନାସୋନିକ୍‌ ୧.୫ ଟନ୍‌ ୩ ଷ୍ଟାର୍‌ ୱାଇ-ଫାଇ ଇନଭର୍ଟର ସ୍ମାର୍ଟ ସ୍ପ୍ଲିଟ୍‌ ଏସି, ଏଲଜି ୭ କିଲୋଗ୍ରାମ ସମ୍ପୂର୍ଣ୍ଣ ଅଟୋମେଟିକ୍‌ ଫ୍ରଂଟ ଲୋଡ୍‌ ୱାଶିଂ ମେଶିନ, ସାମ୍‌ସଙ୍ଗ୍‌ ୬୫୩ ଏଲ୍‌ କନଭର୍ଟିବଲ୍‌ ୫-ଇନ୍‌-୧ ଏଆଇ ଏନାବଲ୍ଡ ସ୍ମାର୍ଟ ରେଫ୍ରିଜରେଟର ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri