Categories: ବାଣିଜ୍ୟ

ଓଟିଏସ୍‌ ଯୋଜନାରେ ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୭।୭: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଗ୍ରାହକମାନଙ୍କ ପାଇଁ ଓ୍ବାନ୍‌ ଟାଇମ ସେଟଲମେଣ୍ଟ (ଓଟିଏସ୍‌) ଯୋଜନାର ଆରମ୍ଭ କରାଯାଇଥିଲା। ଉକ୍ତ ଯୋଜନା ଅଧୀନରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମେ’ ୩୧ ସୁଦ୍ଧା ଥିବା ବକେୟା ବିଦ୍ୟୁତ୍‌ ବିଲ୍‌ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିଭଳି ନିର୍ଦ୍ଦିଷ୍ଟ ଭାବେ ଦୀର୍ଘଦିନରୁ ବିଦ୍ୟୁତ୍‌ ବିଲ୍‌ ବକେୟା ରଖିଥିବା ସମସ୍ତ ଲୋ ଟେନ୍‌ସନ ବିଦ୍ୟୁତ୍‌ ଗ୍ରାହକମାନେ ସେମାନଙ୍କ ଅତୀତ ବକେୟାର ମୂଳ ରାଶି ଉପରେ ଏକକାଳୀନ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏପରିକି ସେମାନେ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ମଧ୍ୟ ଅତିରିକ୍ତ ୮୦%ର ରିହାତି ମଧ୍ୟ ପାଇପାରିବେ। ସେହିପରି ସମସ୍ତ ହାଇଟେନ୍‌ସନ ଓ ଏକ୍ସଟ୍ରା ହାଇ ଟେନ୍‌ସନ ଗ୍ରାହକମାନେ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ୬୦% ପର୍ଯ୍ୟନ୍ତ ରିହାତି
ପାଇପାରିବେ। ଏପରିକି ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୯୧୨,୧୮୦୦-୩୪୫-୭୧୨୨ କୁ ମଧ୍ୟ କଲ୍‌ କରି ପଞ୍ଜୀକରଣ କରିପାରିବେ। ଅପରପକ୍ଷରେ ଗ୍ରାହକମାନେ ୯୧୨୪୯୯୮୭୨୯ ନମ୍ବରକୁ ହ୍ବାଟ୍ସ୍‌ଆପ୍‌ କରି ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଇପାରିବେ। ପଞ୍ଜୀକରଣ ପ୍ରକ୍ରିୟାରେ ଆମ ‘ଗାଁ ଚାଲ’ ଶିବିର ମଧ୍ୟ ବିଶେଷ ସହାୟତା ପ୍ରଦାନ କରୁଛି। ଏହି ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ ଯୋଜନାର ବିବରଣୀ ବିଷୟରେ ସମସ୍ତ ଗ୍ରାହକଙ୍କୁ ବିଭିନ୍ନ ମାଧ୍ୟମରେ ସୂଚିତ କରାଇଛି। ଏହି ସ୍ବତନ୍ତ୍ର ଯୋଜନାର ଲାଭ ହାସଲ କରିବାର ଶେଷ ତାରିଖ ୨୦୨୩ ଜୁଲାଇ ୩୧ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share