Categories: ବାଣିଜ୍ୟ

‘ପିଜିଆଇ’ର ଆକର୍ଷଣୀୟ ଜୁଏଲେରି କଲେକ୍ସନ

ନୂଆଦିଲ୍ଲୀ,୨୦।୧୨: ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ପ୍ଲାଟିନମ୍‌ ଗୁଲଡି ଇଣ୍ଟରନ୍ୟାଶନାଲ (ପିଜିଆଇ)ର ନୂତନ କଲେକ୍ସନ ପ୍ଲାଟିନମ୍‌ ଇଭାରା ଜୁଏଲେରିର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଫେଷ୍ଟିଭ୍‌ ଓ ପାର୍ଟି ସିଜନ୍‌ ପାଇଁ ‘ପ୍ଲାଟିନମ୍‌ ଇଭାରା ’ର ନୂଆ ପ୍ଲାଟିନମ୍‌ ଜୁଏଲେରି ପିସ୍‌ଗୁଡିକର ଏକ ଆକର୍ଷଣୀୟ ରେଞ୍ଜ୍‌ ଉପଲବ୍ଧ ରହିଛି। ଉକ୍ତ କଲେକ୍ସନରେ ଆକର୍ଷଣୀୟ ନେକ୍‌ଲେସ୍‌ଠାରୁ ଆରମ୍ଭକରି ରିଷ୍ଟ ୱେୟାର, ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ଇୟରିଙ୍ଗ୍‌ ଓ ରିଙ୍ଗ୍‌ ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନ୍‌ର ଏକ ଶୃଙ୍ଖଳା ରହିଛି। ସେହିଭଳି ଭିନ୍ନ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ସୃଷ୍ଟି କରିବା ସହ ଆପଣଙ୍କ ପୋଷାକକୁ ପରିପୂର୍ଣ୍ଣ କରୁଥିବା ସ୍ବତନ୍ତ୍ର ଧରଣର ପିସ୍‌ ନିର୍ମାଣ କରିବା ପାଇଁ ସୂକ୍ଷ୍ମ ତଥାପି ବାଧାମୁକ୍ତ ଗଠନ, ସ୍ବତନ୍ତ୍ର ଡାଇମଣ୍ଡ ପିସ୍‌ଗୁଡିକ ସହ ସେଗୁଡିକ ଏକତ୍ରିତ ହୋଇଛି। ବିଶେଷକରି କାଜୁଆଲ ୱେୟାର ହେଉ କିମ୍ବା ପାର୍ଟି ୱେୟାର, ୱର୍କ ୱେୟାର, ଇଣ୍ଡିଆନ୍‌ ୱେୟାର, ପ୍ଲାଟିନମ୍‌ ଇଭାରାର କ୍ୟୁରେଟେଡ୍‌ କଲେକ୍ସନ ଆପଣଙ୍କର ହଲିଡେ ସିଜନ ୱାର୍ଡରୋବ୍‌ ପାଇଁ ଏକ ନିଶ୍ଚିତ ଜୁଏଲେରି ଅଟେ।

Share