Categories: ବାଣିଜ୍ୟ

ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୯।୪: ଗ୍ରୀଷ୍ମ ଉତ୍ତାପରୁ ଆମକୁ ରକ୍ଷାକରିବା ଲାଗି ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ତଥା ଜାମା ଓ ପାଇଜାମା ବିଶେଷ ଭାବେ ସହାୟକ ହୋଇଥାଏ। ଏପରିକି ବ୍ରାଣ୍ଡେଡ୍‌ କପଡ଼ାକୁ ପଛରେ ପକାଇ ଲୋକେ ଏହାକୁ ଅଧିକ ପସନ୍ଦ କରିଥାଆନ୍ତି। ଓଡ଼ିଶାର ଲୋକଙ୍କ ଏହି ଉଚ୍ଚକୋଟୀର ପରିଧାନ ଆଗ୍ରହକୁ ଆଖିରେ ରଖି ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଏକ ସ୍ବତନ୍ତ୍ର ପାରମ୍ପରିକ ହସ୍ତତନ୍ତ ମେଳା ଆୟୋଜିତ ହୋଇଛି। ଏଥିରେ ୧୮ଟି ରାଜ୍ୟର ବିଭିନ୍ନ ପାରମ୍ପରିକ କଳାନୈପୁଣ୍ୟରେ ଭରା ବସ୍ତ୍ର, କପଡ଼ା ତଥା ରେଡିମେଡ୍‌ ଜାମା ଓ ପାଇଜାମାର ବ୍ୟାପକ ସମ୍ଭାର ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର, ଜମ୍ମୁ-କାଶ୍ମୀର, ହରିୟାଣା, ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆସାମ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବୁଣାକାର ତଥା ବ୍ୟବସାୟୀ ସାମିଲ ହୋଇଛନ୍ତି। ବାହାଘର ଓ ଅନ୍ୟ୍ୟାନ୍ୟ ବିଶେଷ ପର୍ବପର୍ବାଣିକୁ ଆଖିରେ ରଖି ଉପରୋକ୍ତ ରାଜ୍ୟର କାରିଗରମାନେ ସୁନ୍ଦର ସୁନ୍ଦର ବସ୍ତ୍ର ପ୍ରସ୍ତୁତ କରିଛନ୍ତି। ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ପସନ୍ଦର ବସ୍ତ୍ର ବା ଉତ୍ପାଦକୁ କିଣିଲେ ଆୟୋଜକଙ୍କ ପକ୍ଷରୁ ୨୦%ର ରିହାତି ଦିଆଯାଉଛି। ସୂଚନାଯୋଗ୍ୟ, ପ୍ରତିଦିନ ପୂର୍ବାହ୍ନ ୧୧ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ଖୋଲା ରହୁଛି।

Share