କଟକ,୪।୪: ଦେଶର ପ୍ରମୁଖ ଖାଇବା ତେଲ ବ୍ରାଣ୍ଡ୍ ଫ୍ରିଡମର ଓଡ଼ିଶା ୟୁନିଟ ପକ୍ଷରୁ ଚଳିତବର୍ଷର ବୈଶାଖୀ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଫ୍ରିଡମ୍ ମଣ୍ଡପ କରାଯାଇଛି। ଏପରିକି ପ୍ରତିଦିନ ସନ୍ଧ୍ୟାରେ ଶହ ଶହ ଲୋକଙ୍କର ବିଶାଳ ଜନସମାଗମ ହେଉଛି। ଏହି ପରିପ୍ରେକ୍ଷୀରେ ମେଳାର ଗ୍ରାହକଙ୍କୁ ଆକୃଷ୍ଟ କରାଇବା ସହ ବ୍ରାଣ୍ଡ୍ର ସମସ୍ତ ବର୍ଗର ତେଲ ଉପକରଣ ଉପରେ ବଜାର ଦର ଠାରୁ ସୁଲଭ ମୂଲ୍ୟରେ ବିଭିନ୍ନ ବର୍ଗର ତେଲ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏପରିକି ପ୍ରତି ୫ ଲିଟର ତେଲ ଜାର କ୍ରୟ ଉପରେ ଏକ ପ୍ଲାଷ୍ଟିକ ବାଲଟି ଗ୍ରାହକଙ୍କୁ ମାଗଣାରେ ଦିଆଯାଉଛି।
ଏ ସମ୍ପର୍କରେ ଫ୍ରିଡମର ଓଡ଼ିଶା ହେଡ୍ ଅମୀୟ କୁମାର ଧଳ କହିଛନ୍ତି, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୈଶାଖୀ ବାଣିଜ୍ୟ ମେଳାରେ ଆମେ ୨ଟି ଆକର୍ଷଣୀୟ ଷ୍ଟଲ ନମ୍ବର ୩୩ ଓ ୩୪ରେ ଖୋଲିଛୁ। ବିଶେଷକରି ମେଳାରେ ଫ୍ରିଡମ୍ ଖାଆନ୍ତୁ ଫ୍ରିଡମରେ ରୁହନ୍ତୁ ଏକ ଅଭିନବ ଘୋଷଣା ଗ୍ରାହକଙ୍କୁ ଷ୍ଟଲ ପ୍ରତି ଆକୃଷ୍ଟ କରିଛି ବୋଲି ଅମୀୟ ମତପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅନ୍ୟତମ ସଦସ୍ୟ ପ୍ରମୋଦ କୁମାର ଖିଲାର, ଜୀବନେଶ୍ୱର୍ ବେହେରା, ପ୍ରଭାତ ରଞ୍ଜନ ଦାସ ପ୍ରମୁଖ ଷ୍ଟଲରେ ରହି ବ୍ୟବସାୟ କାର୍ଯ୍ୟକୁ ପରିଚାଳନା କରୁଛନ୍ତି।