Categories: ବାଣିଜ୍ୟ

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍‌.ଇନ୍‌ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍‌ ବଷ୍ଟର ମନୋରଞ୍ଜନ ଏବଂ ଆକର୍ଷଣୀୟ ପ୍ରଡକ୍ଟ ଲଞ୍ଚ ସହିତ ଏହି ପାର୍ବଣ ଋତୁକୁ ଗ୍ରାହକ ଉତ୍ସାହର ସହିତ ପାଳନ କରୁଥିଲାବେଳେ ସାମ୍‌ସଙ୍ଗ୍‌, ରେଡମି, ୱାନ୍‌ପ୍ଲସ୍‌, ଆଇକ୍ୟୁଓଓ, ସୋନି ପ୍ଲେ ଷ୍ଟେଶନ, ଫେରେରୋ ରୋଚର, ଫିଲିପ୍ସ, ଆପଲ, ଡେଲ୍‌, ଆଇଏଫ୍‌ବି ଆପ୍ଲାଏନ୍ସ, ଟମି ହିଲ୍‌ଫିଗର, ୟୁଏସ୍‌ ପୋଲୋ ଏଏସ୍‌ଏସ୍‌ଏନ, ବଜାଜ ଆପ୍ଲାଏନ୍ସ, ବୋଟ୍‌ ଆଦି ପ୍ରିମିୟମ ବ୍ରାଣ୍ଡ ଉପରେ ଆକର୍ଷଣୀୟ ଅଫରର ଲାଭ ଉଠାଇପାରିବେ। ସେହିଭଳି ଗ୍ରାହକମାନେ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ, ବିଓବି କାର୍ଡ ଏବଂ ଏଚ୍‌ଏସ୍‌ବିସି କାର୍ଡ ଉପରେ ୧୦% ତୁରନ୍ତ ରିହାତି ପାଇପାରିବେ ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବା ପାଇଁ ସେମାନଙ୍କର ୧ମ, ୫ମ, ୧୦ମ ଏବଂ ୧୫ତମ ୟୁପିଆଇ କାରବାର ଉପରେ ଆମାଜନ୍‌ ପେର ବମ୍ପର ରିୱାର୍ଡକୁ ଅନ୍‌ଲକ୍‌ କରିପାରିବେ। ଏପରିକି ବିଲ୍‌ ଦେୟ, ଟିକେଟ୍‌ ବୁକିଂ, ସ୍କାନ୍‌ ଆଣ୍ଡ ପେ ଏବଂ ଆହୁରି ଅନେକ କିଛି ସୁବିଧା ସହିତ ବିଭିନ୍ନ ବ୍ୟବହାର କ୍ଷେତ୍ରରେ ଏହା ଲାଗୁହୋଇଥାଏ। ଉଲ୍ଲେଖଯୋଗ୍ୟ, ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ୨୦୨୪ ଅକ୍ଟୋବର ୨୯ ରେ ଶେଷ ହେବ। ସେହିପରି ଅତୁଳନୀୟ ମୂଲ୍ୟରେ ବର୍ତ୍ତମାନ ବ୍ଲକ୍‌ବଷ୍ଟର ଡିଲ୍‌ ଷ୍ଟୋର,ଧନ୍‌ତେରସ୍‌ ଷ୍ଟୋର, ଗିଫ୍ଟିଂ ଷ୍ଟୋର, ବେଷ୍ଟ ସେଲର୍ସ ଷ୍ଟୋର,ପ୍ରାଇସ୍‌ କ୍ରାସ୍‌ ଷ୍ଟୋର ଲାଇଭ୍‌ ଥିଲାବେଳେ ବିଭିନ୍ନ ବର୍ଗର ପ୍ରିମିୟମ ବ୍ରାଣ୍ଡ ଉପରେ ଆକର୍ଷଣୀୟ ଅଫର ଓ ସ୍ବତନ୍ତ୍ର ରିହାତି ଏବଂ ଅନେକ କିଛି ସୁବିଧା ଉପରୋକ୍ତ ଷ୍ଟୋରଗୁଡିକ ଜରିଆରେ ପ୍ରଦାନ କରାଯାଉଛି।

Share