ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୩।୧୦: ଧନ୍‌ତେରସ କେବଳ ସହରରେ ନୁହେଁ, ଗାଁରେ ମଧ୍ୟ ପାଳନ କରାଯାଉଛି। କାରଣ ପୂର୍ବକାଳରୁ ବିଶ୍ୱାସ ରହିଛି ଯେ ଧନ୍‌ତେରସରେ ନିଜ ସକ୍ଷମ ଅନୁସାରେ ସୁନା ହେଉ କିମ୍ବା ରୁପା ଅଥବା ଅନ୍ୟାନ୍ୟ ଧାତୁ ସମ୍ବନ୍ଧିତ ବସ୍ତୁ କିଣିଲେ ଧନପ୍ରାପ୍ତି ସାଙ୍ଗକୁ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ସବୁ ବର୍ଗର ଲୋକଙ୍କ ମନରେ ଏକ ବିଶ୍ୱାସ ଜନ୍ମିଯାଇଛି। ସେହି ବିଶ୍ୱାସକୁ ବ୍ୟବସାୟୀମାନେ ମଧ୍ୟ ଭରସା ଦେବାକୁ ଧନ୍‌ତେରସ ଉପଲକ୍ଷେ ଆକର୍ଷଣୀୟ ଅଫର ସାଙ୍ଗକୁ ନୂଆ ନୂଆ ଡିଜାଇନ ଓ ଆକର୍ଷଣୀୟ ରିହାତି ଗ୍ରାହକଙ୍କୁ ଯୋଗାଇଦେବାକୁ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ଏମ୍‌ଡି ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଧନ୍‌ତେରସ ଉପଲକ୍ଷେ ପ୍ରତିଷ୍ଠାନ ପକ୍ଷରୁ ଆକର୍ଷଣୀୟ ଅଫର ଓ ନୂତନ ଡିଜାଇନର ସମ୍ଭାର ପ୍ରଦର୍ଶିତ ହେଉଛି। ଏପରିକି ସୁନା କ୍ରୟରେ ୫୦% ପର୍ଯ୍ୟନ୍ତ ରିହାତି (ଅନ୍‌ ମେକିଂ ଚାର୍ଜ) ସାଙ୍ଗକୁ ଆହୁରି ଅନେକ ସୁବିଧା ମଧ୍ୟ ରହିଛି। ସେହିପରି ହୀରା ଗହଣାର କ୍ରୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି (ଅନ୍‌ ଡାଇମଣ୍ଡ ଭାଲ୍ୟୁ) ଏବଂ ରୁପା ଅଳଙ୍କାର ଉପରେ ୫୦% ପର୍ଯ୍ୟନ୍ତ ରିହାତି (ଅନ୍‌ ମେକିଂ ଚାର୍ଜ) ରହିଛି। ଅପରପକ୍ଷରେ ସହରର ଅନ୍ୟ ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲୋକନାଥ ଜୁଏଲେରି, ସାହୁଜୀ ଜୁଏଲର୍ସ, ସ୍ବର୍ଣ୍ଣମନ୍ଦିର, ସ୍ମାଇଲ ଗୋଲ୍‌ଡ, କନକ ଜୁଏଲେରିରେ ମଧ୍ୟ ଧନ୍‌ତେରସ ଅଫର ସାଙ୍ଗକୁ ଆକର୍ଷଣୀୟ ଡିଜାଇନ ଓ ଉପହାର ପ୍ରତି କ୍ରୟ ଉପରେ ପ୍ରଦାନ କରାଯାଉଛି ବୋଲି ପ୍ରତିଷ୍ଠାନଗୁଡ଼ିକ ମତପ୍ରକାଶ କରିଛନ୍ତି।

Share