Categories: ବାଣିଜ୍ୟ

ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଲକି ଡ୍ର ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର

ଭୁବନେଶ୍ୱର,୨୬।୯ : ରାଜ୍ୟର ପ୍ରମୁଖ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ତଥା ଗୁପ୍ତା ଡିଷ୍ଟ୍ରିବ୍ୟୁଟରର ବହୁ ପ୍ରତୀକ୍ଷିତ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଭୁବନେଶ୍ୱରର ସତ୍ୟନଗର ଫୋରମ୍‌ ମାର୍ଟ ନିକଟସ୍ଥ ଆର୍‌.ଆର.କନ୍‌ଭେନଶନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ପରିଚାଳନା ନିର୍ଦ୍ଦେଶକ ରାଜେଶ କୁମାର ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲକି ଡ୍ର ଉଠାଣ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ବିଶେଷକରି ଲକି ଡ୍ର ଉଠାଣ ଜରିଆରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟରର ୩୦ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ଗ୍ରାହକମାନଙ୍କୁ ଦିଆଯାଇଥିବା କୁପନ୍‌ ନମ୍ବରରେ ରହିଥିବା ନାମ ଓ ନମ୍ବର ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରାଯାଇଥିଲା। ସେହିଭଳି ଲକି ଡ୍ର ଉଠାଣର ବିଜେତାଙ୍କୁ ୱାଗ୍‌ନ ଆର୍‌ କାର ଦିଆଯାଇଥିବାବେଳେ ଅନ୍ୟ ବିଜେତାମାନଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟର,ଏଲ୍‌ଇଡି ଟିଭି, ଏୟାର କଣ୍ଡିଶନର, ୱାଶିଂ ମେଶିନ, ଟ୍ରାଭେଲ୍‌ ବ୍ୟାଗ୍‌ ଆଦି ପୁରସ୍କାର ସ୍ବରୂପ ଲକି ଡ୍ର ଜରିଆରେ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଓଡ଼ିଶାର ସମସ୍ତ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଶାଖାରୁ କୁପନ୍‌ ନେଇଥିବା ଗ୍ରାହକମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ଓଡ଼ିଶାରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ୨୮ଟି ଷ୍ଟୋର ରହିଛି। ଏପରିକି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଗ୍ରାହକମାନଙ୍କ ଲାଗି ଆହୁରି ଆକର୍ଷଣୀୟ ଅଫରର ଯୋଜନା କରାଯାଉଛି ବୋଲି ଗୁପ୍ତା ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ସୂଚନା ଦିଆଯାଇଛି।

Share