Categories: ଜାତୀୟ

ଅତୁଲ ସୁଭାଷଙ୍କର ଥିଲେ ୩ ଗର୍ଲଫ୍ରେଣ୍ଡ? ସ୍ତ୍ରୀଙ୍କ ଅଭିଯୋଗକୁ ନେଇ ଭାଇ କହିଲେ…

ବେଙ୍ଗାଲୁରୁ,୨୧।୧୨: ଅତୁଲ ସୁଭାଷଙ୍କ ମୃତ୍ୟୁ ମାମଲା ନୂଆ ନୂଆ ରୂପ ନେଉଛି। ପୋଲିସ ପଚରାଉଚରା ବେଳେ ମୃତ ଅତୁଲଙ୍କ ଚରିତ୍ର ବିରୋଧରେ ଅତୁଲ ସୁଭାଷଙ୍କ ଅଭିଯୁକ୍ତ ସ୍ତ୍ରୀ ନିକିତା ସିଙ୍ଗାଣିଆ ଗୁରୁତର ଅଭିଯୋଗ ଆଣିଥିବା ବେଳେ ଅତୁଲ ସୁଭାଷଙ୍କ ଭାଇ ନିକିତାଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି ଏବଂ ଆବଶ୍ୟକ ହେଲେ ଆମେ ପ୍ରମାଣ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ପୋଲିସର ପଚରାଉଚରା ବେଳେ ନିକିତା ସିଙ୍ଗାଣିଆ ମୃତ ଅତୁଲଙ୍କ ଚରିତ୍ର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନିକିତା ଦାବି କରିଛନ୍ତି ଯେ ଅତୁଲଙ୍କର ତିନି ଜଣ ଗର୍ଲଫ୍ରେଣ୍ଡ ଥିଲେ। ସେ ଏହି ମହିଳାମାନଙ୍କ ପାଇଁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରୁଥିଲେ। ତେଣୁ ସେ ତାଙ୍କ ପାରିବାରିକ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିଲେ। ନିକିତା କହିଛନ୍ତି, ଅତୁଲ ମୋ ସହ ସଠିକ ଆଚରଣ କରିନଥିଲେ ଏବଂ ଆମର ବିବାହିତ ଜୀବନ ଚାପଗ୍ରସ୍ତ ଥିଲା। ଆମର ବିବାଦର ମୁଖ୍ୟ କାରଣ ତାଙ୍କର ବାହ୍ୟ ସମ୍ପର୍କ ଥିଲା।
ନ୍ୟୁଜ ଚ୍ୟାନେଲ ୟୁପି ରିପୋର୍ଟ ଅନୁଯାୟୀ ଅତୁଲ ସୁଭାଷଙ୍କ ଭାଇ କହିଛନ୍ତି ଯେ ଆମର କିଛି ପ୍ରମାଣ ଅଛି, କୋର୍ଟଙ୍କ ତରଫରୁ ଆମର କିଛି ଡକ୍ୟୁମେଣ୍ଟେସନ ଅଛି, ଯାହା ପ୍ରମାଣ କରିବାକୁ ପଡିବ, ଆମେ ପ୍ରସ୍ତୁତ।
ନିକିତାଙ୍କ ଅଭିଯୋଗକୁ ଅତୁଲ ସୁଭାଷଙ୍କ ଭାଇ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ନିକିତାଙ୍କ ଦାବିକୁ ମିଥ୍ୟା ବୋଲି କହି ସେ କହିଛନ୍ତି, ଏହି ଅଭିଯୋଗ କେବଳ ଅତୁଲଙ୍କ ଭାବମୂର୍ତ୍ତିକୁ ଖରାପ କରିବା ଏବଂ ଏହାକୁ ବଦଳାଇବା ପାଇଁ ଦିଆଯାଉଛି। ଆମ ଭାଇଙ୍କ ମୃତ୍ୟୁକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ଏହି ଅଭିଯୋଗ କେବଳ ଆମର ଯନ୍ତ୍ରଣାକୁ ବଢାଉଛି। ସେ କହିଛନ୍ତି ଯେ ଅତୁଲଙ୍କ ଚରିତ୍ର ଦାଗ ବିହିନ ଥିଲା। ଅଭିଯୋଗଗୁଡିକ କେବଳ ଧ୍ୟାନକୁ ବିଭ୍ରାନ୍ତ କରିବା ଏବଂ ସତ୍ୟକୁ ଲୁଚାଇବା ପାଇଁ ।

Share