୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ

ବଲାଙ୍ଗୀର ଅଫିସ,୧୭ା୧: ଗଣତନ୍ତ୍ରର ସଶକ୍ତିକରଣ, ତୃଣମୂଳସ୍ତରରୁ ଲୋକଙ୍କ ଭାଗିଦାରୀ ଏବଂ ବିକାଶମୂଳକ କାର୍ଯ୍ୟରେ ଜନସାଧାରଣଙ୍କ ସହଭାଗିତାକୁ ସୁଦୃଢ଼ କରୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ଗୋଟିଏ ପଞ୍ଚାୟତର ସରପଞ୍ଚ ପଦକୁ ନିଲାମ ପ୍ରକ୍ରିୟାରେ ଚୂଡାନ୍ତ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ। ସେଠାକାର ଏକ ମନ୍ଦିର ପୂଜା କମିଟି ବୈଠକ କରି ସରପଞ୍ଚ ପଦକୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରରେ ରଖିବା ପାଇଁ ନିଲାମ ଡାକ ଜରିଆରେ ଚୂଡାନ୍ତ କରିଥିବା କୁହାଯାଉଛି। ଉକ୍ତ ନିଲାମ ପ୍ରକ୍ରିୟାରେ ଜଣେ ଆଶାୟୀ ପ୍ରାର୍ଥୀ ୪୪ ଲକ୍ଷ ୧୦ ହଜାର ଟଙ୍କାରେ ସରପଞ୍ଚ ପଦ ହାସଲ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ସରପଞ୍ଚ ପଦବୀକୁ ନେଇ ମନ୍ଦିର କମିଟି କିଛିଦିନ ତଳେ ଗାଁରେ ଏକ ବୈଠକ ଡକାଇଥିଲେ। ବୈଠକରେ ବିଲେଇସର୍ଡା, ବନ୍ଦନାକଟା ଓ କସୁରୁପାଲି ଗ୍ରାମର ଶତାଧିକ ଲୋକ କୁଆଡେ ଯୋଗ ଦେଇଥିଲେ। ପଞ୍ଚାୟତ ଭୋଟ୍‌ରେ ସରପଞ୍ଚ ହେବାକୁ ଆଶାୟୀ ଥିବା ବ୍ୟକ୍ତଙ୍କୁ ଡକାଯାଇଥିଲା। ୩ ଜଣ ସରପଞ୍ଚ ଆଶାୟୀ ଉକ୍ତ ବୈଠକରେ ଯୋଗ ଦେଇଥିଲେ। କମିଟିର କେତେକ ସଦସ୍ୟ କହିଥିଲେ ଯେ, ସରପଞ୍ଚ ପଦବୀକୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରଖିବାକୁ ନିଷ୍ପତ୍ତି ହୋଇଛି। ଯିଏ କମିଟିକୁ ଅଧିକ ଟଙ୍କା ସହାୟତା ଦେବେ ତାକୁ ସରପଞ୍ଚ ଭାବେ ବୈଠକରେ ଘୋଷଣା କରାଯିବ। କମିଟି ନିଷ୍ପତ୍ତି ଅନୁସାରେ ଅନ୍ୟ କୌଣସି ବ୍ୟକ୍ତି ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏହି ସର୍ତ୍ତ ଅନୁସାରେ ଆଶାୟୀ ୩ ଜଣ ମଧ୍ୟରୁ ଜଣେ ପ୍ରାର୍ଥୀ ୨୧ଲକ୍ଷ ଟଙ୍କା କମିଟିକୁ ଦେବାକୁ ପ୍ରଥମେ ଘୋଷଣା କରିଥିଲେ। ଏହାକୁ ଅନ୍ୟ ଜଣେ ଆଶାୟୀ ପ୍ରାର୍ଥୀ ବେଆଇନ ଘୋଷଣା କରିଥିଲେ। ନିର୍ବାଚନରେ ନିଲାମ ଡାକ ଠିକ୍‌ ନୁହେଁ ବୋଲି କହିଥିଲେ। ତେବେ ଉକ୍ତ ବୈଠକରେ ଉପସ୍ଥିତ ଲୋକେ ଏହା କମିଟି ନିଷ୍ପତ୍ତି ମାନିବାକୁ ପଡିବ ବୋଲି ବୁଝାଶୁଝା କରିଥିଲେ। ପରେ ବିଦ୍ରୋହୀ ଆଶାୟୀ ପ୍ରାର୍ଥୀ ଜଣକ ୪୪ ଲକ୍ଷ ଡାକ ଛାଡିଥିଲେ। ଏହା ପରେ ତୃତୀୟ ଆଶୟୀ ପ୍ରାର୍ଥୀ ୪୪ ଲକ୍ଷ ୧୦ହଜାର ଟଙ୍କା ଡାକ ଛାଡିବା ପରେ ସମସ୍ତେ ତାଳି ମାରି ସର୍ବାଧିକ ଟଙ୍କା ଘୋଷଣା କରିଥିବା ତୃତୀୟ ଆଶାୟୀ ପ୍ରାର୍ଥୀଙ୍କୁ ଭାବି ସରପଞ୍ଚ ବୋଲି ଘୋଷଣା କରିଥିଲେ। ଏହି ବୈଠକ ଗତ ୧୫ ତାରିଖରେ ବିଲେଇସର୍ଡା ଗାଁରେ ବସିଥିବା କୁହାଯାଉଛି। ସରପଞ୍ଚ ପଦବୀ ୪୪ ଲକ୍ଷ ୧୦ ହଜାର ଟଙ୍କାରେ ନିଲାମ ହୋଇଥିବା ଖବର ପ୍ରଚାରିତ ହେବା ପରେ ସୋମବାର ସରପଞ୍ଚ ଘୋଷିତ ପ୍ରାର୍ଥୀ ଏକ ଗଣମାଧ୍ୟମରେ ମତ ରଖି ୪୪ ଲକ୍ଷ ନୁହେଁ ୪୪ ହଜାର ଟଙ୍କା ଦେବାକୁ ପୂଜା କମିଟି ପକ୍ଷରୁ କୁହାଯାଇଥିଲା ଓ ସେ ରାଜି ହୋଇଥିବା ଜଣାଇଛନ୍ତି। ହେଲେ ଘଟଣାର ତଦନ୍ତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ...

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

ଅଭିନେତ୍ରୀଙ୍କଠାରୁ ୮.୨୫ ଲକ୍ଷ ଟଙ୍କା ଠକି ନେଇ ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର,୨୩ା୧୨(ସୂର୍ଯ୍ୟକାନ୍ତ ବେହେରା): ଅଭିନେତ୍ରୀଙ୍କୁ ମିଥ୍ୟା ଆଶ୍ୱାସନା ଦେବା ସହ ପ୍ରତାରଣା କରି ୮ ଲକ୍ଷରୁ ଅଧିକ ଟଙ୍କା ଠକିବା ମାମଲାରେ ଲିଙ୍ଗରାଜ ପୋଲିସ ଜଣେ ଯାତ୍ରା...

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri