ଛତ୍ରପୁର,୧୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଥିବା ଶିତଳାପଲିସ୍ଥିତ ଟାଟା କୋଭିଡ ହସ୍ପିଟାଲ, ପାରଳା ମହାରାଜା ଓ ଅନ୍ୟ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା, ପାଣି, ଖାଦ୍ୟ, ପରିମଳ ସମ୍ଭନ୍ଧୀୟ ଅବ୍ୟବସ୍ଥା ନେଇ ବାରମ୍ବାର ଭିଡିଓ ଭାଇରାଲ ହେଉଛି। ବୁଧବାର ମଧ୍ୟ ଏସମ୍ପର୍କୀତ ସମସ୍ୟା ଉପରେ ୨ ଟି ଅଡିଓ ବାର୍ତ୍ତା ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି।
ଅପରପକ୍ଷରେ ଜିଲାରେ ଥିବା ୨୪ ଘଣ୍ଟିଆ କଲ୍ ସେଣ୍ଟରକୁ ବୁଧବାର କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଥିବା କରୋନା ରୋଗୀମାନଙ୍କ ପକ୍ଷରୁ ୨୪୯ଟି କଲ ଆସିଛି। ସେଥିରୁ ୨୧୪ ଟି କଲ୍ରେ ଆସିଥିବା ସମସ୍ୟା ସମାଧାନ ହୋଇଛି। ଅନ୍ୟ ସମସ୍ୟା ଖୁବ ଶୀଘ୍ର ସମାଧାନ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ୭୮ କରୋନା ରୋଗୀଙ୍କ ପରିବାର ମଧ୍ୟ ଉକ୍ତ କଲ୍ ସେଣ୍ଟରକୁ କଲ କରି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଉକ୍ତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରର ରୋଗୀମାନେ ଅଭିଯୋଗ ଜଣାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଲ ସେଣ୍ଟର ଖୋଲା ଯାଇଛି। ମୋବାଇଲ ନଂ. ୮୧୧୮୦୬୬୩୭୦କୁ ଫୋନ କରି କରୋନା ଆକ୍ରାନ୍ତ ଅଭିଯୋଗ, ଲକ୍ଷଣ ଏବଂ ହୋମ କ୍ୱାରେଣ୍ଟାଇନ ସମସ୍ୟା ସମ୍ପର୍କରେ ଜଣାଇବା ବ୍ୟବସ୍ଥା ହୋଇଛି।
Posted inଆମ ଜିଲା ଖବର, ଗଞ୍ଜାମ