ନୂଆଦିଲ୍ଲୀ,୨୨ା୯(ପି.ଟି.): ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ୍ (ଇଭିଏମ୍)ର ସୋର୍ସ କୋଡ୍ର ନିରପେକ୍ଷ ଅଡିଟ୍ କରିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍)ରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ନିର୍ବାଚନ କମିଶନ ସାମ୍ବିଧାନିକ ନିର୍ଦ୍ଦେଶର ଆବମାନନା କରିଥିବାର କୌଣସି ସୂଚନା ନ ଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି। ଏହା ନୀତିଗତ ପ୍ରସଙ୍ଗ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବେନି ବୋଲି କହିବା ସହ ପିଆଇଏଲ୍କୁ ଖାରଜ କରିଦେଇଛନ୍ତି।